Odisha Link
Bridging the Missing Links in Odisha

ଛିଙ୍କରୁ ମହାଭାରତ: ସ୍ବାସ୍ଥ୍ୟକର୍ମୀ ଛିଙ୍କିବାରୁ ମାଡ଼ ମାରିଲେ ଡାକ୍ତର, ତାପରେ…

ଉମରକୋଟ: ଛିଙ୍କରୁ ମହାଭାରତ। ଆପଣଙ୍କୁ ଏକଥା ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ କଥାଟି ସତ। ଜଣେ ସ୍ବାସ୍ଥ୍ୟକର୍ମୀ ଛିଙ୍କିବାରୁ ଡାକ୍ତର ଗାଳି ଗୁଲଜ କରିଥିଲେ। କଥା ସେତିକିରେ ଅଟକି ନଥିଲା ସ୍ବାସ୍ଥ୍ୟକର୍ମୀ ଜଣକ ଡାକ୍ତର କାହିଁକି ଗାଳି କରିବାରୁ ମାଡ଼ ମାରିଥିଲେ ମଧ୍ୟ ଡାକ୍ତର। ଏହାପରେ ଡାକ୍ତରଙ୍କ ନାମରେ ଉପରକୋଟ ଥାନାରେ ଅଭିଯୋଗ କରିଛନ୍ତି ସ୍ବାସ୍ଥ୍ୟକର୍ମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଅନ୍ତର୍ଗତ ପୂଡାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ।

ମିଳିଥିବା ସୂଚନାମୁତାବିକ, ଜାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରନ୍ତି ଲୋକେଶ କଲାର। ହସ୍ପିଟାଲ୍‌ରେ ସେ ଲୋକଙ୍କ କୋଭିଡ୍‌ ପରୀକ୍ଷା କରନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବାଇକ୍‌ ଉପରେ ବସିଥିଲେ । ଏହି ସମୟରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅବିନାଶ ମହାନ୍ତି, ପୂଜାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଦାନ୍ତ ଡାକ୍ତର ଅନୁରାଗ ମଲିକ ଏବଂ ସେହି ହସ୍ପିଟାଲ୍‌ରେ କାର୍ଯ୍ୟରତ ଡାକ୍ତର ଆସି ପହଞ୍ଚିଥିଲେ ।

ସ୍ୱାସ୍ଥ୍ୟ କର୍ମୀ ଶ୍ରୀ କଳାର ଏହି ସମୟରେ ଟିକେ ଛିଙ୍କି ଦେଇଥିଲେ । ଡକ୍ଟର ଅନୁରାଗ ମଲିକ କାହାକୁ ଇଙ୍ଗିତ ନ କରି କାଲିଠୁ କିଏ ମେଡିକାଲ ଭିତରେ ପ୍ରବେଶ କରିବେ ନାହିଁ ବୋଲି କହିଥିଲେ । କାହାକୁ ଗାଳି କରୁଛନ୍ତି ବୋଲି ଲୋକେଶ ଡାକ୍ତରଙ୍କୁ ପଚାରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଲୋକେଶଙ୍କୁ ଧକ୍କା ମାରିବା, ସାର୍ଟ ଚିରିଦେବା ସହ ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲେ ଏବଂ ଏହି ସମୟରେ ଡାକ୍ତର ମଦ ପିଇଥିବା ନେଇ ଲୋକେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ଲୋକେଶ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଏହି ମାଡ଼ ମାରିବା ଖବର ପ୍ରଚାରିତ ହେବା ମାତ୍ରେ ଆଖପାଖ ଗାଁର ପ୍ରାୟ ୧୦୦ ଜଣ ଲୋକ ସେଠାରେ ପହଞ୍ଚିଥିଲେ। କିଛି ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଳମ୍ବିତ ରାତିରେ ଲୋକେଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ୨୯୪, ୩୨୩, ୫୦୬, ୩୪ ଆଇପିସି ଧାରାରେ ୩ ଡାକ୍ତରଙ୍କ ନାଁରେ ମାମଲା ରୁଜୁ କରିଛି।

Leave A Reply

Your email address will not be published.