Odisha Link
Bridging the Missing Links in Odisha

ବୈଷ୍ଣୋଦେବୀ ମନ୍ଦିରରେ ଅଗ୍ନିକାଣ୍ଡ

କଟରା: ଜମ୍ମୁର ପ୍ରସିଦ୍ଧ ବୈଷ୍ଣୋଦେବୀ ମନ୍ଦିରରେ ଅଗ୍ନିକାଣ୍ଡ। ଆଜି ଅପରାହ୍ନ ପ୍ରାୟ ୪ଟା ୧୫ ମିନିଟ୍‌ରେ ମନ୍ଦିରକୁ ଲାଗି ରହିଥିବା ଭବନରେ ଏହି ଅଗ୍ନିକାଣ୍ଡ ଘଟିଛି। ମନ୍ଦିର ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି। ପ୍ରାୟ ୫ଟା ବେଳକୁ ଭବନରେ ଲାଗିଥିବା ନିଆଁ ଆୟତ୍ତ ହୋଇଯାଇଥିବା ସ୍ରାଇନବୋର୍ଡ ସିଇଓ କହିଛନ୍ତି। ବଦ୍ୟୁତ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସିଇଓ କହିଛନ୍ତି।

ଅଗ୍ନିକାଣ୍ଡରେ ମନ୍ଦିରର କ୍ୟାସ୍‌ କାଉଣ୍ଟରଟି ଜଳିଯାଇଛି। ନିଆଁଲାଗି କିଛି ନଗଦ ଟଙ୍କା ଓ ଏ ବାବଦ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ମନ୍ଦିର ଉପରେ ଧୂଆଁ ଉଠୁଥିବା ଦେଖି ସୁରକ୍ଷା ଲାଗି ମୁତୟନ ସିଆରପିଏଫ ସାଇରନ ବଜାଇଥିଲା। ଏଥିରେ ମନ୍ଦିରର ସୁରକ୍ଷା କର୍ମୀ ଓ ଆଗ୍ନିକମାନେ ଅଗ୍ନିକାଣ୍ଡ ସମ୍ପର୍କରେ ସତର୍କ ହେବା ସହ ତୁରନ୍ତ ପଦକ୍ଷେପ ନେଇଥିଲେ।

Leave A Reply

Your email address will not be published.