Odisha Link
Bridging the Missing Links in Odisha

ଆଜି ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବେ ଅଭିଷେକ

ଭୁବନେଶ୍ବର: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ୨୬ ବର୍ଷୀୟ ଅଭିଷେକ ମହାପାତ୍ର। ଆଜି ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବେ ଅଭିଷେକ। ଗତକାଲି ଆର୍ଥିକ ସମସ୍ୟା ଯୋଗୁଁ ହୋଇପାରିନଥିଲା ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା। ଗତ ୨୨ ଦିନ ହେଲା ଅଭିଷେକ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ କରୋନା ସଂକ୍ରମିତ ହୋଇ ସଂକଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସିତ ହେଉଛନ୍ତି। ଅଭିଷେକଙ୍କ ଅବସ୍ଥା ବିଗୁଡୁଥିବାରୁ ତାଙ୍କର ଇସିଏମଓ ଚିକିତ୍ସା କରାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।

ଆଜି ଏଥିପାଇଁ ଅଭିଷେକଙ୍କୁ ଏୟାର ଆମ୍ପୁଲାନ୍ସ ଜରିଆରେ କୋଲକାତା ନିଆଯିବ ବୋଲି। କୋଲକତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରବର୍ତ୍ତୀ ଇକମୋ ଚିକିତ୍ସା ଚାଲିବ। ଏହି ଚିକିତ୍ସା ଅତି ବ୍ୟୟବହୁଳ। ଚିକିତ୍ସା ପାଇଁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି। ଗୋଟିଏ ମଧ୍ୟବିତ ପରିବାର ପାଖରେ ଏତେ ଟଙ୍କା ଯୋଗାଡ କରିବା କଷ୍ଟକର ହୋଇ ପଡିଛି। ତେଣୁ ଆର୍ଥିକ ସହାୟତା କରିବାକୁ ଅନୁରୋଧ କରିଛନ୍ତି ଅଭିଷେକଙ୍କ ମା’ ଓ ପତ୍ନୀ।

ଅଭିଷେକଙ୍କ ଅବସ୍ଥା ସମ୍ପର୍କରେ ଜାଣିବା ପରେ ପରିବାରକୁ କ୍ରାଉଡ ଫଣ୍ଡିଂ ଓ ଅନେକ ବନାଦ୍ୟ ବ୍ୟକ୍ତିଙ୍କ ସହଯୋଗର ହାତ ବି ବଢୁଛି। ଗତ ମେ ୫ ତାରିଖରେ ବିବାହ କରିଥିଲେ ଭଦ୍ରକ ଜିଲ୍ଲାର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର। ବିବାହର ୮ ଦିନ ପରେ ତାଙ୍କର ଦେହ ଅସୁସ୍ଥ ହୋଇଥିଲା। ଏହା ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Leave A Reply

Your email address will not be published.