Odisha Link
Bridging the Missing Links in Odisha

ଦେଶରେ ୨୪ ଘଣ୍ଟାରେ ୬୧୪୮ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର କମୁଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଆଜି ଦେଶରେ ମୃତ୍ୟୁସଂଖ୍ୟା ୬୦୦୦ ଟପିଯାଇଛି। ସର୍ବାଧିକ ୬୧୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି କ୍ରମରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୪ ହଜାର ୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୧ ଲକ୍ଷ ୭୩ ହଜାର ୧୨୧କୁ ବୃଦ୍ଧି ପାଇଛି।

ଦେଶରେ ୨,୭୬,୫୫,୪୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧,୬୭,୯୫୨ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୪ କୋଟି ୨୭ ଲକ୍ଷ ୨୬ ହଜାର ୬୯୩ ଡୋଜ୍ ଟିକାକରଣ ସରିଛି।

Leave A Reply

Your email address will not be published.