Odisha Link
Bridging the Missing Links in Odisha

କେନ୍ଦ୍ରର ଚେତାବନୀ ପରେ ନୂଆ ଆଇଟି ନିୟମକୁ ମାନିବାକୁ ଟ୍ୱିଟର ପ୍ରସ୍ତୁତ

ନୂଆଦିଲ୍ଲୀ: ନୂଆ ଆଇଟି ନିୟମକୁ ମାନିବାକୁ ନେଇ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ସାଇଟ୍ ମଧ୍ୟରେ ବିବାଦ ହୋଇଛି। ମାତ୍ର ଏବେ ସୋସିଆଲ ମିଡିଆ ସାଇଟ୍ କେନ୍ଦ୍ରର ନିୟମ ମାନିବାକୁ ରାଜି ହୋଇଛନ୍ତି। ଟ୍ୱିଟର୍ ଆଇଟି ନିୟମକୁ ମାନିବା ପାଇଁ ପ୍ରସ୍ତୁତ ଅଛି। କମ୍ପାନୀ ପକ୍ଷରୁ ସରକାରଙ୍କୁ ଚିଠି ଲେଖି କୁହାଯାଇଛି ଯେ, ନିୟମ ଅନୁସାରେ ମୁଖ୍ୟ ଅନୁପାଳନ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ।

କେନ୍ଦ୍ର ସରକାର ଟ୍ୱିଟରକୁ ନିୟମ ନମାନିଲେ କଡା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ନିୟମ ନମାନିଲେ ଟ୍ୱିଟରର ଇଣ୍ଟରମିଡିଏଟାରୀ ପାହ୍ୟା ସମାପ୍ତ କରାଯିବ। ଫଳରେ ଟ୍ୱିଟରକୁ ଦିଆଯାଉଥିବା ଅନେକ ରିହାତିକୁ ପ୍ରତ୍ୟାହାର କରି ନିଆଯିବ।
ଏହାପରେ କମ୍ପାନୀ ଆଇଟି ନିୟମ ମାନିବାକୁ ରାଜି ହୋଇଥିଲା।

ଟ୍ୱିଟର ମୁଖପାତ୍ର କହିଛନ୍ତି ଯେ, ଭାରତ ପ୍ରତି ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ସେ ସରକାରଙ୍କୁ ନୂଆ ଗାଇଡଲାଇନ୍ ପାଳନ ପାଇଁ ଯଥାସମ୍ଭବ ପ୍ରୟାସ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ନୂଆ ନିୟମ ସହ ଜଡିତ ସମସ୍ତ ତଥ୍ୟ ସପ୍ତାହ ମଧ୍ୟରେ ସରକାରଙ୍କୁ ପ୍ରଦାନ କରାଯିବ। କମ୍ପାନୀ ସରକାରଙ୍କ ନୂଆ ଗାଇଡଲାଇନ୍ ପାଳନ କରିବାକୁ ପ୍ରୟାସ କରୁଛି। କିନ୍ତୁ କରୋନା ସମୟରେ ଏହା ସାମାନ୍ୟ ପ୍ରଭାବିତ ହୋଇଛି।

Leave A Reply

Your email address will not be published.