Odisha Link
Bridging the Missing Links in Odisha

ଭୋଟ୍ ଦେଲେ ଇସ୍ରୋ ମୁଖ୍ୟ; କହିଲେ-ଭୋଟ୍ ଦେବାକୁ ଦ୍ୱିଧା କର ନାହିଁ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନୀ ତାତି। ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଶେଷ ହୋଇଥିବାବେଳେ ଆଜି ଭୋଟ ଗ୍ରହଣ ଆରମ୍ଭ ହୋଇଛି। ୧୨ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୮୮ଟି ନିର୍ବାଚନମଣ୍ଡଳୀରୁ ୧,୨୦୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମସ୍ତ ୫୪୩ ଟି ଆସନ ପାଇଁ ସାମଗ୍ରିକ ଫଳାଫଳ ଜୁନ୍ ୪ରେ ଏକତ୍ର ଘୋଷିତ ହେବ। ତେବେ ଆଜିର ପର୍ଯ୍ୟାୟରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଭାଗ୍ୟ ପରୀକ୍ଷା ହେବ।

ଏହି କ୍ରମରେ ଆଜି ବହୁ ବିଶିଷ୍ଠ ବ୍ୟକ୍ତି ମତ ବ୍ୟକ୍ତ କରିଛନ୍ତି। ଥିରୁବନନ୍ତପୁରମରେ ଇସ୍ରୋ ମୁଖ୍ୟ ଏସ.ସୋମନାଥ ଆଜି ଭୋଟ୍ ଦେଇଛନ୍ତି। ମତ ଦେବା ପରେ ଦେବା ପରେ ସେ ଖୁସି ବ୍ୟକ୍ତ କରିବା ସହ କହିଛନ୍ତି, ମୁଁ ମତ ଦେଇ ବହୁତ ଖୁସି। ପ୍ରତ୍ୟେକ ଭୋଟ୍ ଗଣନା କରାଯାଏ। ଭୋଟ୍ ଦେବାକୁ ବାହାରକୁ ଆସିବାକୁ ଦ୍ୱିଧା କର ନାହିଁ ବୋଲି କେରଳର ଥିରୁବନନ୍ତପୁରମରେ ଇସ୍ରୋ ମୁଖ୍ୟ ଏସ.ସୋମନାଥ କହିଛନ୍ତି।। ଲୋକଙ୍କୁ ବାହାରକୁ ଆସି ଭୋଟ୍ ଦେବାକୁ ସେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.