Odisha Link
Bridging the Missing Links in Odisha

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୫୧୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣ ହାର। ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୮୫୧୬ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ମୋଟ ୭ ଲକ୍ଷ ୮୧ ହଜାର ୪୮୮ ଆକ୍ରାନ୍ତ ସୁସ୍ଥ ହୋଇଉନ୍ତି। ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୧୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୭୩୮, ବାଲେଶ୍ୱରରୁ ୫୬୪, ମୟୁରଭଞ୍ଜରୁ ୫୫୬, ଯାଜପୁରରୁ ୫୧୪, ଢେଙ୍କାନାଳରୁ ୪୮୫, ସୁନ୍ଦରଗଡରୁ ୪୭୩, ପୁରୀରୁ ୪୩୭, ରାୟଗଡ଼ାରୁ ୩୬୯, ଜଗତସିଂହପୁରରୁ ୨୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୪୨୪୬୧ରେ ପହଞ୍ଚିଛି। ୬୬୨୨୬ ଟି ଆକ୍ଟିଭ୍‌ କେସ୍‌ ରହିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୧୨୫୨୩୨୪୧ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.