Odisha Link
Bridging the Missing Links in Odisha

କଟକରୁ ୧୭ ହଜାର ନକଲି ଫାଭିପିରାଭିର୍ ଜବତ

କଟକ: ପୁଣି କଟକ ଜିଲ୍ଲାରୁ ନକଲି ସାମଗ୍ରୀ ଠାବ। କଟକରୁ ବିପୁଳ ପରିମାଣର ନକଲି ଫାଭିପିରାଭିର୍ ଜବତ ହୋଇଛି। ଏକ ମେଡିସିନ୍ ଷ୍ଟୋରରୁ ନକଲି ଫାଭିପିରାଭିର୍ ଜବତ ହୋଇଛି।

ସୂଚନାଯୋଗ୍ୟ, କନିକା ଛକର ଏକ ମେଡିସିନ୍ ଷ୍ଟୋରରୁ ଏହି ନକଲି ଫାଭିପିରାଭିର୍ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍। ସେଠାରୁ ୧୭୦ ପେଟି ଭର୍ତ୍ତି ହୋଇଥିବା ୧୭ ହଜାର ଟାବଲେଟ୍ ଜବତ ହୋଇଛି।ଜବତ ପରେ ଏହି ସବୁକୁ ଟେଷ୍ଟିଂ ପାଇଁ ପଠାଇ ଦିଆଯାଇଛି ।

ସେଥିମଧ୍ୟରୁ କିଛି ପରିମାଣର ନକଲି ଫାଭିପିରାଭିର୍ ଗ୍ୱାଲିୟର୍କୁ ପଠାଯାଇଥିବା ସୂଚନା। ଏନେଇ ମଧ୍ୟପ୍ରଦେଶ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର୍ ଅନ୍ନଦା ଶଙ୍କର ଦାସ୍ ସୂଚନା ଦେଇଛନ୍ତି

Leave A Reply

Your email address will not be published.