Odisha Link
Bridging the Missing Links in Odisha

ସୋନୁଙ୍କୁ ଭେଟିବାକୁ ଚାଲିଚାଲି ହାଇଦ୍ରାବାଦରୁ ପହଞ୍ଚିଲେ ମୁମ୍ବାଇ

ନୂଆଦିଲ୍ଲୀ: କରୋନା ମହାମାରୀରେ ସୋନୁ ସୁଦଙ୍କ ନିରନ୍ତର ସାହାଯ୍ୟ ନେଇ ସର୍ବଦା ଚର୍ଚ୍ଚା। ସୋନୁ ସୁଦ ଲୋକଙ୍କ ପାଇଁ ପାଲଟି ଯାଇଛନ୍ତି ଦେବଦୂତ। ଏହାରି ମଧ୍ୟରେ ଜଣେ ବାଳକ ସାନୁଙ୍କୁ ଭେଟିବାକୁ ହାଇଦ୍ରାବାଦରୁ ଚାଲିଚାଲି ମୁମ୍ବାଇ ଆସିଛି ଏବଂ ସେନୁଙ୍କୁ ଭେଟିଛି।

ଏନେଇ ସୋନୁ ସୁଦ ତାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟରୁ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କର ଜଣେ ଫ୍ସାନ୍ସଙ୍କ ସହ ପୋଜ୍ ଦେଇଛନ୍ତି। ଏହି ଫଟୋରେ ତାଙ୍କ ଫ୍ୟାନ୍ସ ତାଙ୍କ ପ୍ରିୟ ହିରୋଙ୍କ ପୋଷ୍ଟର ଧରି ହସୁଥିବା ଦେଖିବାକୁ ମିଳିଛି। ପୋଷ୍ଟର ବୋର୍ଡରେ ‘ହାଇଦ୍ରାବାଦ ରୁ ମୁମ୍ବାଇ’ ଲେଖା ହୋଇଛି।

ସୋନୁ କ୍ୟାପସନରେ ଲେଖିଛନ୍ତି, ‘ଭେଙ୍କଟେଶ, ମୋତେ ଦେଖା କରିବାକୁ ଏହି ବାଳକ ଖାଲି ପାଦରେ ହାଇଦ୍ରାବାଦରୁ ମୁମ୍ବାଇକୁ ଆସିଛନ୍ତି। ତେବେ ତାଙ୍କୁ ଏଠାରେ ପହଞ୍ଚିବା ପାଇଁ ପରିବହନ ବ୍ୟବସ୍ଥା କରାଯାଇଥିଲା। ସେ ପ୍ରକୃତରେ ପ୍ରେରଣାଦାୟକ। ଏଥିପାଇଁ ମୁଁ କୃତଜ୍ଞ। ‘ ସୋନୁ ତାଙ୍କର ସମସ୍ତ ଫ୍ୟାନ୍ସଙ୍କୁ ଅନୁରୋଧ କରି ଆଗକୁ ଲେଖିଛନ୍ତି, ଦୟାକରି! ମୁଁ କାହାକୁ ଏପରି ଅସୁବିଧା ଉଠାଇବାକୁ ଉତ୍ସାହିତ କରୁନାହିଁ। ମୁଁ ଆପଣ ସମସ୍ତଙ୍କୁ ବହୁତ ଭଲ ପାଏ। ‘

ସୂଚନାଯୋଗ୍ୟ, +୨ ଛାତ୍ର ଭେଙ୍କେଟସଙ୍କ ମା’ ଆରପାରିରେ। ବହୁ କଷ୍ଟରେ ବାପା ଘର ଚଳାଉଥିବାବେଳେ ଭରସା ଥିଲା ଏକ ଅଟୋ। ତେବେ ଉକ୍ତ ଅଟୋ ପାଇଁ କିସ୍ତି ଦେଇନପାରିବାରୁ ଫାଇନାନ୍ସ ସଂସ୍ଥା ଅଟୋ ନେଇଗଲା। ଏଥିରେ ବାପାଙ୍କ ସମେତ ଭେଙ୍କେଟସ୍ ଖୁବ୍ ଭାଙ୍ଗି ପଡ଼ିଲେ। ଏଭଳି ସଂକଟ ମଧ୍ୟରେ ସେ ଖୁବ୍ ଭଲପାଉଥିବା ଅଭିନେତା ତଥା ସମାଜସେବୀ ସୋନୁ ସୁଦଙ୍କୁ ଭେଟିବାକୁ ସ୍ଥିର କଲେ। ନିଜର ଦୁଃଖ ଜଣାଇବା ପାଇଁ ସେ ପଦଯାତ୍ରା କରି ହାଇଦ୍ରାବାଦ ରୁ ମୁମ୍ବାଇ ପହଞ୍ଚିଛନ୍ତି।

Leave A Reply

Your email address will not be published.