Odisha Link
Bridging the Missing Links in Odisha

ମୁକୁଲ ରୟଙ୍କ ଘର ବାହୁଡ଼ା, ଛାଡ଼ିଲେ ବିଜେପି

କୋଲକାତା: ସରିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ହେଲେ ଏବେ ଚର୍ଚ୍ଚାରେ ପଶ୍ଚିମବଙ୍ଗ ରାଜନୀତି। ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ପରେ ଭାରତୀୟ ଜନତା ପାର୍ଟିକୁ ଲାଗିଲା ବଡ଼ ଝଟକା। ବିଜେପିର ବରିଷ୍ଠ ନେତା ମୁକୁଲ ରୟ ତୃଣମୂଳ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଓ ତାଙ୍କ ପୁଅ ସୁଭ୍ରାଂଶୁ ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ତୃଣମୂଳ ଭବନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ସାଂସଦ ଅଭିଷେକ ବାନାର୍ଜିଙ୍କ ଉପସ୍ଥିତିରେ ମୁକୁଲ ରୟ ପ୍ରତ୍ୟବାର୍ତ୍ତନ କରିଥିବା ବେଳେ ଓ ତାଙ୍କ ପୁଅ ମଧ୍ୟ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି।

ସୂଚନାଥାଉକି, ପଶ୍ଚିମବଙ୍ଗରେ ମମତାଙ୍କୁ ମିଳିଥିବା ବଡ଼ ବିଜୟ ପରେ ତାଙ୍କ ପୁରୁଣା ସହଯୋଗୀ ଟିଏମସକୁ ଫେରିବାକୁ ଚାହୁଁଛନ୍ତି। ଏମଧ୍ୟରେ ମୁକୁଲ ରୟଙ୍କ ନାମ ସବା ଆଗରେ ଥିଲା। ପଶ୍ଚିମବଙ୍ଗ ବିଜେପିରେ ଶୁଭେନ୍ଦୁ ଅଧିକାରୀଙ୍କୁ ଅଧିକ ଶ୍ରେୟ ମିଳୁଥିବାରୁ ଏଭଳି ନିଷ୍ପତ୍ତି ମୁକୁଲ ରୟ ନେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ସେ ପୁରୁଣା ଦଳକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ମମତା ବାନାର୍ଜୀଙ୍କ ବେଶ୍ ଖାସ୍ ଥିଲେ ମୁକୁଲ । କିନ୍ତୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ ଟିଏମସିରୁ ବାହାର କରି ଦିଆଯାଇଥିଲା। ଦଳ ତାଙ୍କୁ ୬ ବର୍ଷ ପାଇଁ ସସ୍‌ପେଣ୍ଡ କରିଥିଲା। ଏହାପରେ ୨୦୧୭ ମସିହାରେ ମୁକୁଲ ପଦ୍ମ ଶିବିରରେ ଯୋଗ ଦେଇଥିଲେ। ଏବେ ୪ ବର୍ଷ ପରେ ଦଳକୁ ଫେରିଛନ୍ତି ମୁକୁଲ ରୟ। କେବଳ ମୁକୁଲ ନୁହେଁ ବର୍ତ୍ତମାନ ବିଜେପିରେ ଏଭଳି ଅନେକ ନେତା ଅଛନ୍ତି, ଯେଉଁମାନେ ଟିଏମସି ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।

Leave A Reply

Your email address will not be published.