Odisha Link
Bridging the Missing Links in Odisha

ପର୍ଲ ଭି ପୁରୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଅଭିନେତା ପର୍ଲ ଭି ପୁରୀଙ୍କୁ ମିଳିଲା ଜାମିନ। ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜୁନ୍ ୪ ରେ ଗିରଫ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ଜାମିନ ମିଳିଛି। ଗିରଫ ପରେ ପର୍ଲ ଭିଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପୂର୍ବରୁ ତାଙ୍କର ଜାମିନ ଆବେଦନ ଖାରଜ କରାଯାଇଥିଲା। ଆଜି ପୁଣି ଏହି ମାମଲାର ଶୁଣାଣିରେ ଅଭିନେତାଙ୍କୁ ଜାମିନ ମିଳିଛି। ଏନେଇ ଅଭିନେତାଙ୍କ ଓକିଲ ଜିତେଶ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଜୁନ୍ ୪ ରେ ପର୍ଲ ଭି ପୁରୀଙ୍କୁ ନାବାଳିକାକୁ ବଳାତ୍କାର ଅଭିଯୋଗରେ ପୋଲିସ ଗିରଫ କରିଥିଲା। ନାବାଳିକାଙ୍କ ବାପା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଯାହା ପରେ ଅଭିନେତାଙ୍କୁ POCSO ଅଧିନିୟମ ଅନୁଯାୟୀ ଗିରଫ କରାଯାଇଥିଲା। ତେବେ ପୀଡିତାଙ୍କ ମା କହିଥିଲେ ଯେ ଅଭିନେତା ନିର୍ଦ୍ଦୋଷ। ସେ ତାଙ୍କ ସ୍ୱାମୀଙ୍କ ଦ୍ୱାରା ଷଡଯନ୍ତ୍ରରେ ସମ୍ପୃକ୍ତ।

ପୀଡିତାଙ୍କ ବାପା କହିଥିଲେ ଯେ ଝିଅଟି ତାଙ୍କ ଅନସ୍କ୍ରିନ ନାମ ରଘବୀରଙ୍କୁ ଅଭିଯୁକ୍ତ କହିଛି। ପର୍ଲ ଭି ପୁରୀ ଅଭିନୀତ ଅନସ୍କ୍ରିନ ଚରିତ୍ରର ନାମ ରଘବୀର। ଯେତେବେଳେ ପୀଡିତାଙ୍କୁ ପର୍ଲ ଭି ପୁରୀଙ୍କ ଫଟୋ ଦେଖାଯାଇଥିଲା, ପୀଡିତା ନିଶ୍ଚିତ କରିଥିଲେ ଯେ ସେ ହିଁ ତାଙ୍କୁ ଶୋଷଣ କରିଥିଲେ।

Leave A Reply

Your email address will not be published.