Odisha Link
Bridging the Missing Links in Odisha

ଆଜି ଦିନ ସାଢେ ୧ଟାରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଆଜି ଅପରାହ୍ନରେ ବଡ ଘୋଷଣା କରିବେ ରାଜ୍ୟ ସରକାର। ଦିନ ସାଢେ ୧ଟାରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ। ରାଜ୍ୟରେ ଲକଡାଉନ ଓ ଅନଲକ୍ ନେଇ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ।

ଆସନ୍ତାକାଲି ଲକଡାଉନ ଅବଧି ସମ୍ପୂର୍ଣ୍ଣ ହେଉ ଥିବାରୁ ମୁଖ୍ୟ ଶାସନ ସଚିବ ଅନଲକ ନେଇ ଘୋଷଣା କରିବାର ସମ୍ଭାବନା ରହିଛି। ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର ହ୍ରାସ ପାଇଥିବାରୁ ରାଜ୍ୟ ସରକାର କଟକଣା କୋହଳ କରିପାରନ୍ତି। ସରକାର କି ନିଷ୍ପତ୍ତି ନେବେ, ତା’ ଉପରେ ସଭିଙ୍କ ନଜର ରହିଛି।