Odisha Link
Bridging the Missing Links in Odisha

ଅପରାଧୀଙ୍କ ତଥ୍ୟ ରଖିବାକୁ ଦୁଇଟି ଆପ୍ ଲଞ୍ଚ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଅପରାଧିଙ୍କ ଡାଟା ରଖିବାକୁ କମିଶନରେଟ ପୋଲିସ ପକ୍ଷରୁ ଦୁଇଟି ଆପ୍ ଲଞ୍ଚ ହୋଇଛି। ଯେଉଁ ଆପ୍‌ରେ ଅପରାଧି ମାନଙ୍କ ଡାଟା ରହିବ। ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛି ପୋଲିସ କମିଶନର। ଭୁବନେଶ୍ୱର ଡିସିପି ଅଫିସରେ ଅପରେଟର ହେବ ଏହି ଆପ୍।

ସୂଚନା ମୁତାବକ, ‘କୁଣ୍ଡଳୀ’ ଆପରେ ଅପରାଧୀର ରହିବ ଅପରାଧ ପଞ୍ଜିକା। ‘ସନ୍ଧାନ’ ଆପରେ ପ୍ରପଟି ଅଫେନ୍ସର ଡିଟେଲସ ରହିବ। ପ୍ରପର୍ଟି ସମ୍ପର୍କିତ ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କଲା ଦୁଇଟି ଆପ୍। ଚୋରଙ୍କ ସମ୍ପର୍କରେ ଜାଣିବାକୁ ‘କୁଣ୍ଡଳୀ’ ଓ ଚୋରା ସାମଗ୍ରୀ ସମ୍ପର୍କରେ ଜାଣିବାକୁ ‘ସନ୍ଧାନ’ ଆପ୍।

ଭୁବନେଶ୍ୱର କମିଶନରେଟ ପୋଲିସ ପ୍ରଥମ ଥର ପାଇଁ ଆରମ୍ଭ କରିଛି। ଆଗକୁ ଓଡ଼ିଶା ପୋଲିସ ୱେବସାଇଟ ସହ ଯୋଗାଯୋଗ କରାହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.