Odisha Link
Bridging the Missing Links in Odisha

କୁଲଫି ବିକ୍ରି କରୁଛନ୍ତି ଟ୍ରମ୍ପ୍!

ଇସଲାମାବାଦ: ପାକିସ୍ତାନରେ କୁଲଫି ବିକ୍ରି କରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ! କିଛି ଲୋକ ଏଭଳି ଏକ ଭିଡିଓ ସୋଶିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଟ୍ରମ୍ପଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ପାକିସ୍ତାନରେ କୁଲଫି ବିକ୍ରି କରୁଛନ୍ତି। ସେ ଟ୍ରମ୍ପଙ୍କ ଭଳି ଦେଖା ଯାଉଥିବା ବେଳେ ରାସ୍ତାରେ ଠେଲା ଗାଡ଼ି ଧରି କୁଲଫି ବିକ୍ରି କରୁଛନ୍ତି। ଏହାର ଭିଡିଓ ସୋଶିଆଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି।

ଭିଡିଓ ଅନୁସାରେ, ଟ୍ରମ୍ପଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତି ଜଣଙ୍କ ପାକିସ୍ତାନର ଗଳିଗଳିରେ ଜୋରରେ ଗୀତ ଗାଇ କୁଲଫି ବିକ୍ରି କରୁଛନ୍ତି। ଟ୍ରମ୍ପଙ୍କ ଭଳି ଦେଖାଯାଉଥିବାରୁ ତାଙ୍କ ଭିଡିଓକୁ ସମସ୍ତେ ଶେୟାର କରିବାରେ ଲାଗିଛନ୍ତି। ଭିଡିଓ ଭାଇରାଲ ହେଉଥିବାରୁ ଲୋକମାନେ ଟ୍ରମ୍ପ ପାକିସ୍ତାନରେ କୁଲଫି ବିକ୍ରି କରୁଥିବା କହିବା ଆରମ୍ଭ କରିଛନ୍ତି।

ଏହି ଭିଡିଓକୁ ପାକିସ୍ତାନ କଣ୍ଠଶିଳ୍ପୀ ଶେହଜାଦ ରୟ ନିଜର ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ସେ କୁଲଫି ବିକ୍ରି କରୁଥିବା ବ୍ୟକ୍ତିଙ୍କ ଗୀତ ଗାଇବା ଶୈଳୀକୁ ପ୍ରଶଂସା କରିଛନ୍ତି ଓ କେହି ତାଙ୍କ ସହ ଯୋଗାଯୋଗ କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି।

୨୩ ସେକେଣ୍ଡର ଏହି ଭିଡିଓ କ୍ଲିପରେ ବ୍ୟକ୍ତି ଜଣଙ୍କ କୁର୍ତ୍ତା ଓ ପାଇଜାମା ପିନ୍ଧିଛନ୍ତି। ସେ ନିଜର କୁଲଫି ବିକ୍ରି ଠେଲା ଆଗରେ ଛିଡ଼ା ହୋଇ ଗୀତ ଗାଉଛନ୍ତି। ବ୍ୟକ୍ତି ଜଣଙ୍କ ଅଲବିନିସିମ ନାମକ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ଚେହେରା ଧଳା ପଡ଼ି ଯାଇଛି।

Leave A Reply

Your email address will not be published.