Odisha Link
Bridging the Missing Links in Odisha

+୨ ମୂଲ୍ୟାୟନ ନେଇ ବାହାରି ପାରୁନି ନିଷ୍କର୍ସ, ଆଜି ପୁଣି ବସୁଛି ବିଶେଷଜ୍ଞ କମିଟି ବୈଠକ

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସିବିଏସି ଓ ସିଆଇଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବା ପରେ ରାଜ୍ୟ ସରକାର ଦଶମ ବୋର୍ଡ ଓ ଯୁକ୍ତ ୨ ପରୀକ୍ଷା ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପରୀକ୍ଷା ବାତିଲ ପରେ କେଉଁ ଆଧାରରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା। ଦ୍ୱାଦଶ ପରୀକ୍ଷା ଫଳ ସିବିଏସି ୩୦-୩୦-୪୦ ଫର୍ମୂଲାରେ ସ୍ଥିର କରିବ ବୋଲି ସୂଚନା ଦେଇଥିବାବେଳେ ରାଜ୍ୟରେ + ୨ ବୋର୍ଡ ଏଯାଏଁ କୌଣସି ନିଷ୍ପତ୍ତି ନେଇନି।

+୨ ପରୀକ୍ଷାର ବିକଳ୍ପ ମୂଲ୍ୟାୟନ ନେଇ ବିଶେଷଜ୍ଞ କମିଟିର ତୃତୀୟ ଥର ବୈଠକରେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ।   ଗତକାଲି ବିଶେଷଜ୍ଞ କମିଟିର ତୃତୀୟ ବୈଠକ ବସିଥିଲା। ହେଲେ କୌଣସି ନିର୍ଯାସ ବାହାରି ପାରି ନଥିବା ଜଣାଯାଇଛି। ତେବେ କମିଟିକୁ ଦିଆଯାଇଥିବା ୧୦ ଦିନ ସମୟ ପୂରିଥିଲେ ମଧ୍ୟ ବିକଳ୍ପ ମୂଲ୍ୟାୟନ ମାପଦଣ୍ଡ ପ୍ରସ୍ତୁତ ହୋଇପାରି ନାହିଁ।

ଆଜି ଚୂଡାନ୍ତ ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି। ତେବେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ପରିଷଦର ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ କହିଛନ୍ତି।

Leave A Reply

Your email address will not be published.