Odisha Link
Bridging the Missing Links in Odisha

ଓଟିଟି ପ୍ଲାଟଫର୍ମରେ ଆସିବ ‘ବିଗ୍‌ ବସ୍‌’ର ଚଳିତ ସିଜନ

ମୁମ୍ବାଇ: ଖୁବଶୀଘ୍ର ଆସୁଛି ଛୋଟ ପରଦାର ଅତି ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌ ସିଜିନ୍‌ ୧୫’। ସବୁଥର କିଛି ନା କିଛି ନୂଆ ଏକ୍ସପେରିମେଣ୍ଟ କରିଥିବା ଏହି ଶୋ’ର ମେକର୍ସ ଏଥର ବି କିଛି ନୂଆ ଟ୍ରାଏ କରିବାକୁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି। ଏବେ ପ୍ରାୟ ସବୁ ଶୋ’ ମେକର୍ସ ଓଟିଟି ପ୍ଲାଟଫର୍ମରେ ନିଜ ଭାଗ୍ୟ ପରଖୁ ଥିବା ବେଳେ ‘ବିଗ୍‌ ବସ୍‌’ର ନିର୍ମାତା ମଧ୍ୟ ଏଥିରେ ସାମିଲ ହେବାକୁ ଯୋଜନା କରୁଛନ୍ତି।

‘ବିଗ ବସ’ର ଚଳିତ ସିଜନକୁ ଓଟିଟି ପ୍ଲାଟଫର୍ମରେ ଆଣିବାକୁ ବିଚାର କରାଯାଉଛି। ପରେ ଏହାକୁ ଛୋଟ ପରଦାରେ ଅନ୍‌ ଏୟାର କରାଯିବ। ଓଟିଟିରେ ରିଲିଜ ହେବା ସମୟରେ ଏହି ଶୋ’ରେ ୧୨ ପ୍ରତିଯୋଗୀ ରହିବେ l କିନ୍ତୁ ଟିଭି ପରଦାକୁ ଆସିଲା ବେଳକୁ ଏହି ସଂଖ୍ୟା ୪ରେ ପହଞ୍ଚି ସାରିଥିବ l ଓଟିଟିରେ ହିଁ ବହୁ ପ୍ରତିଯୋଗୀଙ୍କୁ ବାହାର କରି ଦିଆଯିବ। ଅବଶିଷ୍ଟ ୪ ଜଣ ଛୋଟ ପରଦାରେ ଫୁଲ ଆକ୍ସନ ଦେଖାଇ ଦର୍ଶକଙ୍କ ମନୋରଞ୍ଜନ କରିବେ।

ସୂଚନାଯୋଗ୍ୟ, ବିଗ ବସ୍-୧୪ରେ ଟେଲି ଭିଜନ ଦୁନିଆର ଛୋଟି ବୋହୂ ବାଜି ମାରିନେଇଥିଲେ। ଶୋ’ର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରୁବିନା ଦିଲୈକ ଟାଇଟଲ ହାତେଇଥିଲେ। ବିଜେତା ରୂପେ ରୁବିନାଙ୍କୁ ବିଗ୍‌ ବସ୍ ଟ୍ରଫି ସହ ନଗଦ ୩୬ ଲକ୍ଷ ଟଙ୍କା ପୁରସ୍କାର ମିଳିଥିଲା।

Leave A Reply

Your email address will not be published.