Odisha Link
Bridging the Missing Links in Odisha

ଓଡ଼ିଶା ହକି ଆଡହକ୍ କମିଟିର ଚେୟାରମ୍ୟାନ୍‌ ହେଲେ ଦିଲ୍ଲୀପ ତିର୍କି

ଭୁବନେଶ୍ୱର: ଓଡ଼ିଶା ହକି ଆଡହକ୍ କମିଟିର ଚେୟାରମ୍ୟାନ୍‌ ହେଲେ ଦିଲ୍ଲୀପ ତିର୍କି। ଦିଲ୍ଲୀପଙ୍କୁ ଆଜି ଓଡ଼ିଶା ହକି ଆଡହକ୍ କମିଟି ଚେୟାରମ୍ୟାନ୍ ପଦବୀରେ ନିଯୁକ୍ତ କରାଯାଇଛି। ଏନେଇ କମିଟିର ଆବାହକ କ୍ରୀଡା ବିଭାଗ ଉପ ସଚିବ ଶୈଳେନ୍ଦ୍ର ଜେନା ସୂଚନା ଦେଇଛନ୍ତି।

ଏଥିସହିତ ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର୍.କେ ଶ୍ରୀବାସ୍ତବ, ଅଧିପ ଦାସ ଆଡହକ୍ କମିଟିର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି। ତେବେ ପୂର୍ବରୁ ଭୋଳାନାଥ ସିଂଙ୍କୁ କମିଟି ଚେୟାରମ୍ୟାନ୍ କରାଯାଇଥିଲା। ଭୋଳାନାଥଙ୍କୁ ଚେୟାରମ୍ୟାନ୍ କରାଯିବାରୁ ଅନେକ ବିବାଦ ଉଠିଥିଲା। ଶେଷରେ ଆଜି ଦିଲ୍ଲୀପ ତିର୍କିଙ୍କୁ ଚେୟାରମ୍ୟାନ୍ କରାଯାଇଛି।

Leave A Reply

Your email address will not be published.