Odisha Link
Bridging the Missing Links in Odisha

ସଚ୍ଚୋଟପଣିଆ ଦେଖାଇଲେ ସଫେଇ କର୍ମଚାରୀ, ଫେରାଇଲେ ଟଙ୍କା ଭର୍ତ୍ତି ବ୍ୟାଗ୍‌

ଅହମ୍ମଦାବାଦ: ଆଜିବି ସମାଜରେ ବଞ୍ଚିରହିଛି ସଚ୍ଚୋଟପଣିଆ। ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ଜଣେ ସଫେଇ କର୍ମଚାରୀ। ଜଣେ ସଫେଇ କର୍ମଚାରୀଙ୍କୁ ଏକ ଟଙ୍କା ଭର୍ତ୍ତି ବ୍ୟାଗ ମିଳିଥଲା ମାତ୍ର ସେ ଏହି ବ୍ୟାଗ୍‌କୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି। ଏଭଳି ଏକ ଘଟଣା ଘଟିଛି ଗୁଜରାଟ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ।

ସୂଚନା ମୁତାବକ, ବିମାନ ବନ୍ଦରରେ କାର୍ଯ୍ୟ କରୁଥିବା ଜ୍ୟାକି ଚାଭଡ଼ା ନାମକ ଜଣେ ସଫେଇ କର୍ମଚାରୀ ସୁରକ୍ଷା ଯାଞ୍ଚରେ ବ୍ୟବହୃତ ହେଉଥିବା ଟ୍ରେ କୁ ସଫା କରୁଥିବାବେଳେ ତାଙ୍କୁ ସେଠାରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ ମିଳିଥିଲା। ଯେଉଁଥିରେ 750 ଡଲାର ରହିଥଲା। ତେବେ ସେ ଭାବିଥିଲେ କେହି ହୁଏତ ସୁରକ୍ଷା ଯାଞ୍ଚ ପରେ ବ୍ୟାଗ ନେବାକୁ ଭୁଲିଯାଇଛନ୍ତି। ଏହାପରେ ସେ ଏହାକୁ ସିଆଇଏସଫ୍‌ କମର୍ଚାରୀଙ୍କ ସାହଯ୍ୟରେ ବ୍ୟାଗର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି।

ବିମାନ ବନ୍ଦର ତରଫରୁ କୁହଯାଇଛି ଚାଭଡ଼ା ବ୍ୟାଗଟିକୁ ପାଇବା ପେର ସଙ୍ଗେ ସଙ୍ଗେ ସିଆାଇଏସଏଫ କର୍ମଚାରୀଙ୍କୁ ଦେଇଥିଲେ ଏହାପରେ ସିସିଟିଭି ଫୁଟେଜ ଆାଧାରରେ ବ୍ୟାଗର ମାଲିକଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ବ୍ୟାଗ ହସ୍ତାନ୍ତର କରାଯାଇଥିଲା। ବ୍ୟାଗରେ ଥିବା 750 ଡଲାରର ମୂଲ୍ୟ ପ୍ରାୟ 55 ହାଜରରୁ ଅଧିକ।

Leave A Reply

Your email address will not be published.