Odisha Link
Bridging the Missing Links in Odisha

ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା, ୨୦୨୨ ସୁଦ୍ଧା ୩୬ଟି ରାଫେଲ୍‌ ସାମିଲ

ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା। ଆଗାମୀ ବର୍ଷ ସୁଦ୍ଧା ବାୟୁସେନାରେ ୩୬ଟି ଲଢ଼ୁଆ ବିମାନ ରାଫେଲ୍ ସାମିଲ ହେବ। ଏନେଇ ଆଜି ଭାରତୀୟ ବାୟୁସେନାର ପ୍ରମୁଖ ଏୟାରମାର୍ଶଲ ଆରକେଏସ୍ ଭଦୌରିଆ ସୂଚନା ଦେଇଛନ୍ତି।

ଆରକେଏସ୍ ଭଦୌରିଆ କହିଛନ୍ତି ଯେ, ବର୍ତ୍ତମାନ ଏନେଇ ଉଦ୍ୟମ ଜାରି ରହିଛି। ଖୁବ୍ ଶୀଘ୍ର ଏହା ଉପରେ ସଫଳତା ହାସଲ କରିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। କୋଭିଡ୍ ମହାମାରୀ କାରଣରୁ ଗୋଟିଏ କିମ୍ବା ଦୁଇଟି ଏୟାରକ୍ରାଫ୍ଟକୁ ଛାଡି ବାକି ସବୁ ଏୟାରକ୍ରାଫ୍ଟ ସମୟ ପୂର୍ବରୁ ଆସି ପହଞ୍ଚିଯିବ। ୨୦୧୬ ମସିହାରେ ଫ୍ରାନ୍ସ ସହିତ ୩୬ଟି ରଫେଲ୍ ଜେଟ୍ ଦେବାନେଇ ୫୯ ହଜାର କୋଟି ଟଙ୍କା ବୁଝାମଣା କରାଯାଇଥିଲା।

Leave A Reply

Your email address will not be published.