Odisha Link
Bridging the Missing Links in Odisha

ରାଜଧାନୀରେ ମାତିଛନ୍ତି ସାଇବର ଅପରାଧି

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଛନ୍ତି ସାଇବର ଅପରାଧି। ଜଣେ ଯୁବକଙ୍କ କ୍ରେଡିଟ କାର୍ଡରୁ ଟଙ୍କା ଗାଏବ। ମୋବାଇଲକୁ କୌଣସି ମେସେଜ କିମ୍ବା କଲ ଆସିନଥିବା ବେଳେ ରାତି ୧୨ଟାରେ ଆପେ ଆପେ ୧୯ ଥର ଟ୍ରାଞ୍ଜେକ୍ସନରେ ୩୧ ହଜାର ଟଙ୍କା କଟିଛି। ଏନେଇ ଯୁବକ ଜଣଙ୍କ ସାଇବର ସେଲରେ ଅଭିଯୋଗ କରିଛନ୍ତି। ପୁଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି।

ସେହିଭଳି ଅନ୍ୟ ଜଣେ ମହିଳାଙ୍କ ଠାରୁ BSNL ନମ୍ବର ବନ୍ଦ ହୋଇଯିବ। ରିଚାର୍ଜ କରିବାକୁ କହି ୫୦ ହଜାର ଠକେଇ ହୋଇଛି। କଳିଙ୍ଗ ନଗରର ଆଉ ଜଣଙ୍କ ବୃଦ୍ଧ ଲୋକଙ୍କ ଠାରୁ kyc ଅପଡେଟ କରିବାକୁ କହି ୫୦ ହଜାର ଠକେଇ ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି।

Leave A Reply

Your email address will not be published.