Odisha Link
Bridging the Missing Links in Odisha

ଲାଇଭରେ ଫ୍ୟାନ୍ସଙ୍କୁ ଯୋଗ କରାଇବେ ମଲାଇକା

ମୁମ୍ବାଇ: ଆଉ ଦୁଇ ଦିନ ପରେ ସାରା ବିଶ୍ବ ପାଳନ କରିବ ବିଶ୍ବ ଯୋଗ ଦିବସ। ଏହାପୂର୍ବରୁ ବି-ଟାଉନର ଷ୍ଟାର କଳାକାର ମଲାଇକା ଅରୋରା ଫ୍ୟାନ୍ସଙ୍କୁ ଯୋଗ କରିବା ପାଇଁ ପ୍ରେରଣା ଦେଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଏବେ ଚର୍ଚ୍ଚାରେ ବି-ଟାଉନର ଚର୍ଚ୍ଚିତ ଅଭିନେତ୍ରୀ। ଏଥିସହିତ ସେ ତାଙ୍କ ଫ୍ୟାନ୍ସ ମାନଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଯୋଗ ଦିବସରେ କ’ଣ କରିବେ ବୋଲି।

ମଲାଇକା ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ସେ ଯୋଗ, ଷ୍ଟ୍ରେଚିଂ ଓ ଅନ୍ୟ ଏକ୍ସରସାଇଜ କରୁଥିବାର। ଆଉ କ୍ୟାପସନରେ ଲେଖିଛନ୍ତି, ଚାଲିବା, ଦୌଡ, ହଲିବା, ନିଶ୍ବାସ ନେବା, ଟାଣିବା, ଫ୍ଲେକ୍ସ କରିବା । ହେଲେ ଆରମ୍ଭ ତ କର । ବିଶ୍ବ ଯୋଗ ଦିବସକୁ ଆଉ ଚାରି ଦିନ ଅଛି । ତୁମେମାନେ କଣ ଭାବୁଛ ? ଯଦି ଆପଣ ଜାଣିବାକୁ ଚାହୁଁଛୁ ମୁଁ କଣ କରିବି ? ତେବେ ମୋ ବାମପଟେ ଥିବା ଲିଙ୍କରେ କ୍ଲିକ୍ କରନ୍ତୁ ଏବଂ ମୋ ସହିତ ଏକ ଲାଇଭ୍ ୱାର୍କଆଉଟ୍ କରନ୍ତୁ ।’

ପ୍ରକାଶ ଥାଉକି ଆସନ୍ତା ୨୧ ତାରିଖ ମଲାଇକା ଫ୍ୟାନ୍ସଙ୍କ ସହ ଲାଇଭ ୱାର୍କଆଉଟ କରିବେ । ଯାହାକୁ ନେଇ ଏକ୍ସାଇଟେଡ ତାଙ୍କ ଫ୍ୟାନ୍ସ।

Leave A Reply

Your email address will not be published.