Odisha Link
Bridging the Missing Links in Odisha

ଟିକା ନେବା ପରେ ବି ନିୟମ ମାନନ୍ତୁ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଏଥିସହିତ ରାଜ୍ୟରେ ଟିକାକରଣ କାର୍ଯ୍ୟ ଚାଲି ରହିଛି। ଏସବୁ ସତ୍ତ୍ବେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଟିକା ନେବା ପରେ କୋଭିଡ ହେବନି ଏପରି କିଛି ନାହିଁ। ଟିକା ନେବା ପରେ ବି ଲୋକ ସଂକ୍ରମିତ ହେଉଛନ୍ତି। ବିଭିନ୍ନ ଟିକା ୭୦ ରୁ ୯୦ ପ୍ରତିଶତ ଭିତରେ କାମ କରୁଛି । ଭ୍ୟାକ୍ସିନ ନେବା ଦ୍ୱାରା ଆମ ଦେହରେ କୋଭିଡର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ। ଆମ ପରିବେଶରେ ଯେହେତୁ ସଂକ୍ରମଣ ରହିଛି ତେଣୁ ସଂକ୍ରମଣ ହେବ। ମାତ୍ର ଟିକାର ଡବଲ ଡୋଜ ନେବା ପରେ ଏହି ଆଶଙ୍କା କମେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ସେ ଆହୁରି କହିଛନ୍ତି ଯେ, କରୋନା ଟିକାର ଡବଲ ଡୋଜ୍‌ ନେବା ପରେ ମଧ୍ୟ କିଛି ଲୋକ ସଂକ୍ରମିତ ହେଉଥିବାର ରାଜ୍ୟରେ ଦେଖିବାକୁ ମିଳିଛି। ତାହା ଉପରେ ଅଧିକ ପରୀକ୍ଷା ନିରୀକ୍ଷା କରିବା ପାଇଁ ସରକାର ଟେକନିକାଲ କମିଟି ଗଠନ କରିଛନ୍ତି। ଵିଶେଷ କରି ସେମାନେ ୪ଟି ଦିଗ ଉପରେ କାର୍ଯ୍ୟ କରିବେ।

ସେ ଆହୁରି କହିଛନ୍ତି ଯେ, ଟିକା ନେବା ପରେ ବି କୋଭିଡ ଗାଇଡଲାଇନକୁ ଠିକ ଭାବେ ଅନୁପାଳନ କରନ୍ତୁ। ରାଜ୍ୟରେ ସଂକ୍ରମଣ ଏବେ ଭଲ ସ୍ଥିତିରେ ଅଛି। ସଂକ୍ରମଣ ଟିକିଏ ତଳ ଉପର ହେବ। ଆମେ ଗୋଟିଏ ଷ୍ଟେବଲ ଷ୍ଟେଜକୁ ଯାଉଛୁ। ତୃତୀୟ ଲହର ଆସିବା ନେଇ କେବଳ ଆକଳନ କରାଯାଉଛି। ମାତ୍ର ଏଥିପାଇଁ ଆମେ ଭୟଭୀତ ହେବା ନାହିଁ। ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

Leave A Reply

Your email address will not be published.