Odisha Link
Bridging the Missing Links in Odisha

କୋଭିଡ ଟିକାକରଣକୁ ନେଇ ‘ଗୁଗୁଲ’ ବନାଇଲା ଖାସ୍‌ ‘ଡୁଡୁଲ’, କ୍ଲିକ୍‌ କଲେ ମିଳୁଛି ତଥ୍ୟ

ଜୁନ୍‌ ୨୧ରୁ ଭାରତରେ କ୍ୟାମ୍ପେନ୍‌ ମୋଡରେ ଆରମ୍ଭ ହୋଇଛି ଟିକାକରଣ। ଏଥିସହିତ ପ୍ରଥମ ଦିନରେ ହିଁ ଭାରତ ରେକର୍ଡ କରିଛି। ଦିନକରେ ଭାରତରେ ୮୫.୧୫ ଲକ୍ଷ ଡୋଜ ଟିକା ଦିଆଯାଇଛି। ଯାହା ରେକର୍ଡ ସୃଷ୍ଟି କରିଛି।

ନୂଆଦିଲ୍ଲୀ: ସାରା ବିଶ୍ବରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଏଥିସହିତ ସମସ୍ତ ଦେଶ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଏସବୁ ମଧ୍ୟରେ କୋଭିଡ ଟିକା ସମ୍ବନ୍ଧୀୟ ଡୁଡୁଲ କରିଛି ବିଶ୍ବର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ ‘ଗୁଗୁଲ’। ଯାହା ଲୋକଙ୍କୁ ଟିକାକରଣ ନେଇ ସମସ୍ତ ସୂଚନା ଦେଉଛି।

ଗୁଗୁଲର ଏହି ଖାସ୍‌ ଡୁଡୁଲ କୋଭିଡ-୧୯ ନିୟମ ପାଳନ କରିବା ପାଇଁ ସଚେତନ କରୁଛି। ଡୁଡୁଲରେ ମାସ୍କ, ସାମାଜିକ ଦୂରତା ଓ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ଦେଖିବାକୁ ମିଳିିଛି। ଡୁଡୁଲରେ କ୍ଲିକ୍‌ କରିବା ମାତ୍ରେ ନୂଆ ଓ୍ବେବ ପେଜ ଖୋଲୁଛି। ଯେଉଁଥିରେ ଟିକା କେନ୍ଦ୍ର, କରୋନା ସଂକ୍ରମଣ ସଂଖ୍ୟା, ଟିକାକରଣ ସମ୍ବନ୍ଧୀୟ ଖବର ଦେଖିବାକୁ ମିଳିଛି। ଏଥିସହିତ କୋଓ୍ବିନ୍‌ ଆପ୍‌ ସହିତ ବହୁତ କିଛି ତଥ୍ୟ ପାଇପାରିବେ।

ସୂଚନାଥାଉକି, ଜୁନ୍‌ ୨୧ରୁ ଭାରତରେ କ୍ୟାମ୍ପେନ୍‌ ମୋଡରେ ଆରମ୍ଭ ହୋଇଛି ଟିକାକରଣ। ଏଥିସହିତ ପ୍ରଥମ ଦିନରେ ହିଁ ଭାରତ ରେକର୍ଡ କରିଛି। ଦିନକରେ ଭାରତରେ ୮୫.୧୫ ଲକ୍ଷ ଡୋଜ ଟିକା ଦିଆଯାଇଛି। ଯାହା ରେକର୍ଡ ସୃଷ୍ଟି କରିଛି।

ଭାରତରେ ଜାନୁଆରୀ ୧୬ ତାରିଖରୁ କୋଭିଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଆରମ୍ଭ ହେବା ପରଠୁ ପ୍ରଥମ ଥର ପାଇଁ ଦିନକରେ ଏତେ ସଂଖ୍ୟକ ଡୋଜ ଲୋକଙ୍କୁ ଦିଆଯାଇଛି। ଏନେଇ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ, କୋଭିଡ-୧୯ ଲଢ଼େଇରେ ଟିକା ହେଉଛି ଆମର ପ୍ରମୁଖ ଅସ୍ତ୍ର। ଏଥିସହିତ ସାବାସ୍‌ ଇଣ୍ଡିଆ ବୋଲି କହିଛନ୍ତି ମୋଦୀ।

Leave A Reply

Your email address will not be published.