Odisha Link
Bridging the Missing Links in Odisha

ପାରାଦୀପରୁ ମିଳିଲା ଦାମୀ ମାଛ, କିଲୋ ୪୨୦୦ ଟଙ୍କା

ପାରାଦୀପ: ପାରାଦୀପ ସମୁଦ୍ରରୁ ମିଳିଛି ଦାମୀ ମାଛ। ମାଛର ଓଜନ ୨୮ କିଲୋଗ୍ରାମ ଥିବା ବେଳେ ଏହାକୁ ୧ ଲକ୍ଷ ୧୭ ହଜାର ୬ ଶହ ଟଙ୍କାରେ ବିକ୍ରି କରାଯାଇଛି। ଏହି ମାଛର ନାଁ ତେଲିଆ ବା ତେଲିଆ ବୋରେଇ। ଏହି ମାଛ କିଲୋ ସର୍ବାଧିକ ୪ ହଜାର ୨ ଶହ ଟଙ୍କାରେ ବିକ୍ରି ହୋଇଛି।

ସୂଚନା ମୁତାବକ, ଜଣେ ମତ୍ସ୍ୟଜୀବୀଙ୍କ ଡଙ୍ଗାରେ ପଡ଼ିଥିବା ୧୧ଟି ମାଛକୁ ଜଣେ ବ୍ୟବସାୟୀ ୫ ଲକ୍ଷ ୮୦ ହଜାର ଟଙ୍କାରେ କିଣି ନେଇଛନ୍ତି। ସେଥିମଧ୍ୟରୁ ବଡ଼ ମାଛର ଓଜନ ୨୮ କିଲୋଗ୍ରାମ ହୋଇଥିଲା। ଅଣ୍ଡିରା ତେଲିଆ ବୋରେଇ ମାଛର ଦାମ୍ ମାଈ ମାଛଠାରୁ ଅଧିକ ହୋଇଥାଏ। ଆକାର ଅନୁଯାୟୀ ଏହି ପ୍ରଜାତି ମାଛର କିଲୋ ପ୍ରତି ଦାମ୍‌ ୩ ହଜାରରୁ ନେଇ ୮/୧୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଏହି ମାଛକୁ କୋଲକାତାର ଜଣେ ବ୍ୟବସାୟୀ କିଣିଥିବା ଜଣାପଡିଛି।

ତେଲିଆ ବା ତେଲିଆ ବୋରେଇ ମାଛର ‘ପୁଟି’ wine industry ଓ ଔଷଧୀୟ କମ୍ପାନୀଙ୍କ ପାଇଁ ଆବଶ୍ୟକ। ତେଣୁ ଏହାର ବହୁତ ଚାହିଦା ରହିଛି। ଖୁବ୍ କମ୍ ସଂଖ୍ୟାରେ ଏହି ମାଛ ପଡୁଥିବାରୁ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଏହି ମାଛ ପଡ଼ିଲେ ଖୁବ ଖୁସି ହୋଇଯାଆନ୍ତି। ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି।

Leave A Reply

Your email address will not be published.