Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ଦିନକରେ ୩୪୫୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୭୩ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୪୮୩ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧୮ଜଣ, ବାଲେଶ୍ୱର ଜିଲ୍ଲାରୁ ୧୭୪ଜଣ, ବରଗଡ଼ ଜିଲ୍ଲାରୁ ୬୯ଜଣ, ଭଦ୍ରକ ଜିଲ୍ଲାରୁ ୧୯୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୮ଜଣ, ବୌଦ୍ଧ ଜିଲ୍ଲାରୁ ୨୫ଜଣ, କଟକ ଜିଲ୍ଲାରୁ ୪୮୦ଜଣ, ଦେଓଗଡ଼ ଜିଲ୍ଲାରୁ ୧୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୭ଜଣ, ଗଜପତି ଜିଲ୍ଲାରୁ ୧୭ଜଣ, ଗଞ୍ଜାମ ଜିଲ୍ଲାରୁ ୧୯ଜଣ, ଜଗତସିଂହପୁର ଜିଲ୍ଲାରୁ ୮୧ଜଣ, ଯାଜପୁର ଜିଲ୍ଲାରୁ ୨୬୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୦ଜଣ, କଳାହାଣ୍ଡି ଜିଲ୍ଲାରୁ ୨୧ଜଣ, କନ୍ଧମାଳ ଜିଲ୍ଲାରୁ ୩୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୭ଜଣ, କେନ୍ଦୁଝର ଜିଲ୍ଲାରୁ ୭୩ଜଣ ରହିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ୪୯୯ଜଣ, କୋରାପୁଟ ଜିଲ୍ଲାରୁ ୮୧ଜଣ, ମାଲକାନାଗିରି ଜିଲ୍ଲାରୁ ୮୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୮୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୨ଜଣ, ନୟାଗଡ଼ ଜିଲ୍ଲାରୁ ୧୨୬ଜଣ, ନୂଆପଡ଼ା ଜିଲ୍ଲାରୁ ୧୬ଜଣ, ପୁରୀ ଜିଲ୍ଲାରୁ ୨୮୯ଜଣ, ରାୟଗଡ଼ା ଜିଲ୍ଲାରୁ ୫୬ଜଣ, ସମ୍ବଲପୁର ଜିଲ୍ଲାରୁ ୩୯ଜଣ, ସୋନପୁର ଜିଲ୍ଲାରୁ ୪୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୦ଜଣ, ଷ୍ଟେଟ ପୁଲ୍‌ରୁ ୮୪୧ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୬୯୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୪୨୧୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୪୮୯୬୦ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୧୩୨୮୩୬୫୨ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.