Odisha Link
Bridging the Missing Links in Odisha

ଚୋକ୍‌ସି, ମୋଦୀ ଓ ମାଲ୍ୟାଙ୍କ ୯,୩୭୧ କୋଟିର ସମ୍ପତ୍ତି ବ୍ୟାଙ୍କକୁ ହସ୍ତାନ୍ତର କଲା ଇଡି

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା, ହୀରା ସୌଦାଗର ନୀରବ ମୋଦୀ ଏବଂ ତାଙ୍କ ଦାଦି ମେହୁଲ୍‌ ଚୋକ୍‌ସିଙ୍କୁ ଋଣ ଦେଇଥିବା ରାଷ୍ଟ୍ରାୟାତ ବ୍ୟାଙ୍କ୍‌ମାନଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜବତ କରିଥିବା ସେମାନଙ୍କ ୮୪୪୧.୫ କୋଟି ଟଙ୍କାର ସମ୍ପତ୍ତି ହସ୍ତାନ୍ତର କରିଛି।

ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ୍‌ ଚୋକ୍‌ସି ଭାରତୀୟ ରାଷ୍ଟ୍ରାୟତ ବ୍ୟାଙ୍କ୍‌ମାନଙ୍କରୁ ୨୨,୫୮୫.୮୩ କୋଟି ଟଙ୍କା ହେର୍‌ଫେର୍ କରିଛନ୍ତି। ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦେଶାଳୟ ସେମାନଙ୍କର ୧୮,୧୭୦.୦୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ଏଥିରେ ୯୬୯ କୋଟି ଟଙ୍କାର ସମ୍ପତ୍ତି ବିଦେଶରେ ଅବସ୍ଥିତ। ଜବତ ସମ୍ପତ୍ତି ହେଉଛି ବ୍ୟାଙ୍କ ସମୂହର କ୍ଷତି ହୋଇଥିବା ୨୨,୫୮୫.୮୩ କୋଟି ଟଙ୍କାର ୮୦.୪୫%।

ମୁମ୍ବାଇର ‘ପିଏମ୍‌ଏଲ୍‌ଏ ସ୍ପେସାଲ୍‌ କୋର୍ଟ’ଙ୍କ ଆଦେଶ ଅନୁଯାୟୀ ପ୍ରବର୍ତ୍ତନ ନିର୍ଦେଶାଳୟ ‘ଏସ୍‌ବିଆଇ’ ନେତୃତ୍ବାଧୀନ ରାଷ୍ଟ୍ରାୟତ ବ୍ୟାଙ୍କ୍ ସମୂହଙ୍କୁ ଆଟାଚ୍ ସମ୍ପତ୍ତିର ପ୍ରାୟ ୬,୬୦୦ କୋଟି ଟଙ୍କା ହସ୍ତାନ୍ତର କରି ସାରିଲାଣି।