Odisha Link
Bridging the Missing Links in Odisha

୧୦୮ ସହ ମିଶିଲା ୧୦୨ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର: ଏଣିକି ଆମ୍ବୁଲାନ୍ସ ସେବା ପାଇଁ କେବଳ ୧୦୮ ନମ୍ବର। ୧୦୮ ସହ ମିଶିଲା ୧୦୨ ଆମ୍ବୁଲାନ୍ସ ସେବା। ପୂର୍ବରୁ ଗର୍ଭବତୀ ଏବଂ ନବଜାତକ ଶିଶୁ ମାନଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି। ଏହା ଦ୍ୱାରା ରାଜ୍ୟରେ ପ୍ରତ୍ୟେକ ଗର୍ଭବତୀ ଏବଂ ଛୋଟ ଶିଶୁଙ୍କର ଆମ୍ବୁଲାନ୍ସ ଆବଶ୍ୟକତା ପାଇଁ କେବଳ ମାଗଣା ୧୦୮ ନମ୍ବରକୁ ହିଁ କଲ୍‌ କରିବାକୁ ହେବ।

ଏ ସଂପର୍କରେ ସୂଚନା ଦେଇଛନ୍ତି ଓଡିଶାରେ ୧୦୮ ଆମ୍ବୁଲାନ୍ସ ପ୍ରକଳ୍ପ ମୁଖ୍ୟ, ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି। ଏହା ଦ୍ୱାରା ଗର୍ଭବତୀଙ୍କ ଠାରୁ ନେଇ ବିଭିନ୍ନ ରୋଗୀ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଯିବାକୁ ହେଲେ କେବଳ ୧୦୮ ନମ୍ବରକୁ ହିଁ କଲ୍‌ କରିବେ। ପୂର୍ବରୁ ଗର୍ଭବତୀ ଏବଂ ଏକ ବର୍ଷରୁ କମ୍‌ ଶିଶୁଙ୍କ ପାଇଁ ପ୍ରଚଳିତ ୧୦୨ ଆମ୍ବୁଲାନ୍ସ ସେବା ଏବଂ ଏହାର କଲ୍‌ ସେଣ୍ଟରକୁ ୧୦୮ ସହ ମିଶ୍ରଣ କରଯାଇଛି।

Leave A Reply

Your email address will not be published.