Odisha Link
Bridging the Missing Links in Odisha

ଟିକା ଅଭାବ: ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ମହାମାରୀ କରୋନାକୁ ମାତ୍‌ ଦେବାକୁ ଟିକାକରଣ କରାଯାଉଛି। ମାତ୍ର ରାଜ୍ୟରେ ଟିକାର ଅଭାବ ଚିନ୍ତା ବଢ଼ାଇଛି। କେନ୍ଦ୍ର ସରକାର ଜୁନ୍ ମାସ ପାଇଁ ଆବଶ୍ୟକ ଟିକା ଦେଇନଥିବାରୁ ଟିକାର ଅଭାବ ଦେଖାଦେଇଛି। ଫଳରେ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି।

ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିବ।

କେନ୍ଦ୍ର ସରକାର ଟିକା ନଦେଲେ ଟିକାକରଣ ଆହୁରି ବାଧାପ୍ରାପ୍ତ ହୋଇପାରେ। କୋଭିସିଲ୍ଡ ଟିକାର ଅଭାବ ଦେଖା ଦେଇଥିବାରୁ ତୁରନ୍ତ ଜୁନ ମାସର ୬ ଲକ୍ଷ ଡୋଜ୍ ଦେବା ପାଇଁ ରାଜ୍ୟ ଦାବି କରିଛି। ଏନେଇ କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀ ଚିଠି ମଧ୍ୟ ଲେଖିଛନ୍ତି। ରାଜ୍ୟ ପାଖରେ କୋଭିସିଲ୍ଡ ଟିକାର ମାତ୍ର ୩୮ ହଜାର ୩୮୦ ଡୋଜ୍ ଟିକା ଉପଲବ୍ଧ ଅଛି। ଜୁଲାଇ ୨ରେ କୋଭିସିଲ୍ଡ ଟିକା ରାଜ୍ୟକୁ ମିଳିବାର ସମ୍ଭାବନା ରହିଛି।

Leave A Reply

Your email address will not be published.