Odisha Link
Bridging the Missing Links in Odisha

ବାହା ହେଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ

ଭୁବନେଶ୍ବର: ଜନ୍ମଦିନରେ ବୈବାହିକ ଜୀବନର ଦ୍ବିତୀୟ ଇନିଂସ୍‌ ଆରମ୍ଭ କଲେ ଚାନ୍ଦବାଲି ବିଧାୟକ ତଥା ଯୁବ ବିିଜେଡି ସଭାପତି ବ୍ୟୋମକେଶ ରାୟ। କରୋନା କଟକଣା ଭିତରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବ୍ୟୋମକେଶ। ପାରମ୍ପରିକ ରୀତିନୀତିରେ ଚିଲିକା କୂଳରେ ଥିବା ଏକ ତାରକା ହୋଟଲରେ ବିବାହ କରିଛନ୍ତି ଚାନ୍ଦବାଲି ବିଧାୟକ।

ମିଳିଥିବା ସୂଚନା ମୁତାବିକ, ବ୍ୟୋମକେଶ ରାୟ ଚିଲିକାରେ ଥିବା ସ୍ବସ୍ଥି ଚିଲିକା ରିସୋର୍ଟରେ ଆଜି ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଉଭୟ ପରିବାରର ସଦସ୍ୟ ଓ କିଛି ରାଜନେତା ଯୋଗ ଦେଇଛନ୍ତି। ଚାନ୍ଦବାଲିର ତାଙ୍କର ଜଣେ ପୁରୁଣା ରାଜନୈତିକ ସହଯୋଗୀଙ୍କ ସାନ ଝିଅ ସହିତ ତାଙ୍କର ବିବାହ ହୋଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ବ୍ୟୋମକେଶଙ୍କର ପ୍ରଥ‌ମ ପତ୍ନୀ ନିଳିମା ପ୍ରଧାନଙ୍କର ୨୦୨୦ ମସିହା ଫେବୃୟାରୀ ୩ ତାରିଖରେ ପରଲୋକ ଘଟିଥିଲା। ନିଳିମା ପ୍ରଧାନଙ୍କୁ ୨୦୧୪ ମସିହାରେ ପ୍ରେମ ବିବାହ କରିଥିଲେ। ବ୍ୟୋମକେଶ ଓ ନିଳିମାଙ୍କର ଏକମାତ୍ର କନ୍ୟା ଅଛି।