Odisha Link
Bridging the Missing Links in Odisha

ବଜ୍ରାଘାତରେ ଚାଲିଗଲା ୩୨ ଗୋରୁ ଓ ୩୬ ମେଣ୍ଢାଙ୍କ ଜୀବନ

କେନ୍ଦୁଝର: ବଜ୍ରାଘାତରେ ଅଭାବନୀୟ ଘଟଣା। ବାଂଶପାଳ ବ୍ଲକରେ ଗୋରୁ ଓ ମେଣ୍ଢା ମୁତ୍ୟୁବରଣ କରିଛନ୍ତି। କାଦକଳା ଗ୍ରାମରେ ଆନନ୍ଦ ଦେହୁରୀ ଜଙ୍ଗଲରେ ଗାଈ ଚରାଉଥିବା ବେଳେ ବର୍ଷା ହୋଇଥିଲା। ଏହି ସମୟରେ ଗୋରୁପଲ ଏକ ଜାମୁ ଗଛ ମୂଳରେ ଆଶ୍ରୟ ନେଇଥିଲେ। ହଠାତ ବଜ୍ରପାତ ହୋଇଥିଲା। ବଜ୍ରପାତରେ ୩୦ଟି ଗାଈ, ବଳଦ ଓ ୩୬ଟି ମେଣ୍ଢାର ମୁତ୍ୟୁ ହୋଇଥିବା ବେଳେ ଭାଲିଆଡାଳ ଗ୍ରାମରେ ମଧ୍ୟ ୨ଟି ଗୋରୁ ପ୍ରାଣ ହରାଇଛନ୍ତି।

କାଦକଳା ଗ୍ରାମର ବେଣୁ ଠାକୁରଙ୍କ ୫ଟି, ନଟବର ବେହେରାଙ୍କ ୧୦ଟି, ଚେମଣା ବେହେରାଙ୍କ ୫ଟି, କୀର୍ତ୍ତନ ବେହେରାଙ୍କ ୫ଟି, ନିତ୍ୟାନନ୍ଦ ବେହେରାଙ୍କ ୫ଟି ଗାଈ, ବଳଦ ଓ ଛୋଟ ବାଛୁରୀ, ବାଡ଼ିଆ ବେହେରାଙ୍କ ୧୮ଟି ମେଣ୍ଢା, ପ୍ରଫୁଲ୍ଲ ବେହେରାଙ୍କ ୧୮ଟି ମେଣ୍ଢା ପ୍ରାଣ ହରାଇଥିବା ବେଳେ ଭାଲିଆ ଡାଳ ଗ୍ରାମର ପଦ୍ମ ନାଏକଙ୍କ ୨ଟି ଗୋରୁ ଘର ନିକଟରେ ଚରୁଥିବା ସମୟରେ ହଠାତ ବଜ୍ରାପାତ ଘଟି ପ୍ରାଣ ହରାଇଛନ୍ତି।

ତେବେ ଗୋରୁ ଚରାଳି ଆନନ୍ଦ ଦେହୁରୀ ଦୌଡ଼ି ପଳାଇବାରୁ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଏତେ ସଂଖ୍ୟାରେ ଗୋରୁ ପ୍ରାଣ ହରାଇଥିବା ବାଂଶପାଳ ତହସିଲଦାର ସପନ କୁମାର ସାହୁ ପଂହଁଚି କ୍ଷତିଗ୍ରସ୍ଥ ଚାଷୀଙ୍କୁ ବୁଝାସୁଝା କରିବା ସହିତ ଘଟଣାର ଅନୁଧ୍ୟାନ କରୁଛନ୍ତି। ପ୍ରାଣୀ ଚିକିତ୍ସା ଅଧିକାରୀ ପହଞ୍ଚିବା ପରେ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି। ତେବେ ଅସହାୟ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.