Odisha Link
Bridging the Missing Links in Odisha

ଲଭ୍‌ ସେକ୍ସ ଧୋକା: ଥାନା ଆଗରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ଫେସବୁକରୁ ଗଢ଼ି ଉଠିଥିଲା ପ୍ରେମ। ପ୍ରେମରୁ ଶାରୀରିକ ସମ୍ପର୍କ ଓ ପରେ ଧୋକା ଦେଇ ପ୍ରେମିକ ଚମ୍ପଟ। ଯନ୍ତ୍ରଣା ସହି ନପାରି କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ଜଣେ ଯୁବତୀଙ୍କର ସିମୁଳିଆ ଥାନା କୁପୁରା ଅଞ୍ଚଳର ଯୁବକଙ୍କ ସହ ଫେସବୁକରେ ପ୍ରେମ ହୋଇଥିଲା। ପରେ ଶାରୀରିକ ସମ୍ପର୍କ ଗଢିଉଠିଥିଲା। ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇ ବେଙ୍ଗାଲୁରୁରେ ଏକ ହୋଟେଲରେ ୩ ମାସ ସ୍ବାମୀ-ସ୍ତ୍ରୀ ଭାବେ ରହିଥିଲେ।

ଏବେ ଯୁବତୀ ଜଣଙ୍କ ୨ ମାସର ଗର୍ଭବତୀ ଥିବାବେଳେ ଯୁବକ ଜଣଙ୍କ ଅଚାନକ ଯୁବତୀଙ୍କୁ ହୋଟେଲରେ ଏକୁଟିଆ ଛାଡି ପଳାଇ ଆସିଥିଲେ। ଫୋନ୍ କଲେ ମଧ୍ୟ ନ ଉଠାଇବାରୁ ଯୁବତୀ ଜଣଙ୍କ ଗତ ମାସ ୯ ତାରିଖରେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଏକ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନନେବା ସହ ଯୁବତୀଙ୍କୁ ଗାଳିଗୁଲଜ କରିଥିବାରୁ ଯୁବତୀ ସିମୁଳିଆ ଥାନା ସମ୍ମୁଖରେ କିରୋସିନି ଢାଳି ଆତ୍ମାହୂତୀ ଦେବାକୁ ଉଦ୍ୟମ କରିଥିଲେ।

Leave A Reply

Your email address will not be published.