Odisha Link
Bridging the Missing Links in Odisha

ସ୍ୱାମୀକୁ ଦେଲା ଛାଡ଼ପତ୍ର, ଶ୍ୱଶୁରଙ୍କୁ ବାହା ହେଲା ବୋହୂ

ଲକ୍ଷ୍ନୌ: ସ୍ୱାମୀକୁ ଛାଡ଼ପତ୍ର ଦେଇ ଶ୍ୱଶୁରଙ୍କୁ ବାହା ହେଲା ବୋହୂ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ଘଟିଛି ଉତ୍ତର ପ୍ରଦେଶର ବଦାୟୁଁରେ। ସ୍ତ୍ରୀ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଶ୍ୱଶୁରଙ୍କୁ ବାହା ହୋଇଇଛି।

ଏନେଇ ପୂର୍ବ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଉଭୟଙ୍କୁ ଧରିଥିଲା। ଆଉ ବିବାହ ଆଇନ୍ ସମ୍ମତ ହୋଇଥିବା ଦେଖିବା ପରେ ଛାଡ଼ି ଦେଇଥିଲା।

ସୂଚନା ମୁତାବକ, ବିବାହ ବେଳେ ସ୍ୱାମୀ ଜଣଙ୍କ ନାବାଳକ ଥିଲେ। ତାଙ୍କ ବିବାହ ୨୦୧୬ରେ ବଜିରଗଞ୍ଜର ଜଣେ ଯୁବତୀଙ୍କ ସହ ହୋଇଥିଲା। ସେମାନେ ବର୍ଷେ ଯାଏଁ ଏକାଠି ରହିଥିଲେ। ପରେ ତାଙ୍କ ସ୍ତ୍ରୀ, ତାଙ୍କ ବାପାଙ୍କ ସହ କେଉଁ ଆଡ଼େ ପଳାଇ ଯାଇଛନ୍ତି। ସେବେଠୁ ଦୁଇଜଣଙ୍କୁ ଖୋଜାଖୋଜି ଚାଲିଥିଲା। ତା’ପରେ ଜଣାପଡ଼ିଥିଲା ଉଭୟ ଚନ୍ଦୌସିରେ ରହୁଛନ୍ତି। ମାତ୍ର ସ୍ତ୍ରୀ ନିଜ ଇଚ୍ଛାରେ ଶ୍ୱଶୁରଙ୍କ ସହ ବିବାହ କରିଥିଲେ। ପରେ କୋର୍ଟ ମ୍ୟାରେଜ୍ ମଧ୍ୟ କରିଥିଲେ।

ପୁଲିସ ସୂଚନା ଅନୁସାରେ, ସୁମିତ ଜୁଆ ଖେଳ ସହ ମଦ୍ୟପାନ କରୁଥିଲା। ଯାହା ଫଳରେ ପତ୍ନୀ ତା’ଠାରୁ ଦୂରେଇ ଯାଇଥିଲା। ଉଭୟ ଅଲଗା ଅଲଗା ରହିଲେ। ପରେ ସ୍ତ୍ରୀ ସୁମିତଙ୍କୁ ଛାଡ଼ପତ୍ର ଦେଇଥିଲେ। ଆଉ ସ୍ତ୍ରୀଙ୍କ ସହ ତାଙ୍କ ବାପାଙ୍କ ବାହାଘର ନେଇ ସୁମିତ ଜାଣିଥିଲା।

ସୂଚନାଯୋଗ୍ୟ, ୪୫ ବର୍ଷିଅ ଦେବାନନ୍ଦଙ୍କ ପତ୍ନୀଙ୍କ ଦେହାନ୍ତ ୨୦୧୫ ମସିହାରେ ହୋଇଥିଲା। ସେତେବେଳେ ତାଙ୍କ ବୟସ ୩୯ ଥିଲା। ପରିବାର ବିବାହ କଥା ଚିନ୍ତା କରି ୧୫ ବର୍ଷର ପୁଅ ସୁମିତର ବିବାହ ୨୦୧୬ରେ କରାଇଥିଲେ। ବିବାହର କିଛିଦିନ ପରେ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ପରେ ବୋହୂ ଓ ଶ୍ୱଶୁର ବିବାହ କରିଛନ୍ତି।

Leave A Reply

Your email address will not be published.