Odisha Link
Bridging the Missing Links in Odisha

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ମାଡ଼ ମାରି ବିଷ୍ଠା ଖୁଆଇଲେ ଗାଁ ଲୋକେ

ବଲାଙ୍ଗୀର: ଆଧୁନିକ ବିଜ୍ଞାନ ଯୁଗରେ ଆଜି ଅନ୍ଧବିଶ୍ୱାସ ସମ୍ପୂର୍ଣ୍ଣ ଦୂର ହୋଇପାରିନାହିଁ। ଆଜି ମଧ୍ୟ କିଛି ଲୋକେ ଏହାକୁ ବିଶ୍ବାସ କରୁଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ପରୁଆଭାଡ଼ି ଗାଁରେ। ଗୁଣିଗାରେଡ଼ି କରି ଗାଁଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ କରୁଥିବା ସହ ସେମାନଙ୍କୁ ବିଭିନ୍ନ ପ୍ରକାର ବିପଦ ମୁହଁରେ ପକାଉଥିବା ଅଭିଯୋଗରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କିଛି ଗ୍ରାମବସୀ ଜଣେ ବ୍ୟକ୍ତିକୁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ମାଡ଼ ମାରିବା ସହ ବିଷ୍ଠା ଖୁଆଇ ଶୁଦ୍ଧି କରିଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ମାଡ଼ ମାରି ବିଷ୍ଠା ଖୁଆଇଛନ୍ତି ଗାଁଲୋକ। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ପରୁଆଭାଡ଼ି ଗାଁରେ। ଗାଁଲୋକ ମାଡ଼ ସହ ବିଷ୍ଠା ଖୁଆଇବା ଫଳରେ ଗାଁର ହରିବନ୍ଧୁ ବଗର୍ତ୍ତି ନାମକ ଜଣେ ବୃଦ୍ଧ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଟିଟିଲାଗଡ଼ ମେଡିକାଲ୍, ପରେ ଗୁରୁତର ହୋଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ହସ୍ପିଟାଲର ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ମୁଣ୍ଡ, ଛାତି ଓ ଅଣ୍ଟାରେ ଗଭୀର ମାଡ଼ ହୋଇଛି।

ଗତ ଶନିବାର ସନ୍ଧ୍ୟା ବେଳେ ଘଟଣା ଘଟିଥିବା ବେଳେ, ସିନ୍ଧେକେଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି। ହରିବନ୍ଧୁ ପୂର୍ବରୁ ରାୟପୁରରେ ରହି କାମ କରୁଥିଲେ, ହେଲେ ଗତ ୫ବର୍ଷ ହେବ ସେ ତାଙ୍କ ଗାଁ ପରୁଆଭାଡ଼ିକୁ ଫେରିଛନ୍ତି। ହରିବନ୍ଧୁ ବିଭିନ୍ନ ସମୟରେ ଘରେ ଦେବୀ ଦେବତା ପୂଜା ସହ ତନ୍ତ୍ରମନ୍ତ୍ର ପୂଜା ପାଠ କରୁଥିବାରୁ, ଗାଁଲୋକ ହରିବନ୍ଧୁ ହିଁ ପୂଜାର୍ଚ୍ଚନା କରି ଲୋକଙ୍କ ଦେହ ଖରାପ କରୁଛି ବୋଲି ଲୋକେ ସନ୍ଦେହ କରୁଥିଲେ।

ତେବେ ଗାଁର କିଛି ଲୋକଙ୍କ ଦେହ ଖରାପ ହେବାରୁ ହରିବନ୍ଧୁକୁ ସନ୍ଦେହ କରି କିଛି ଯୁବକ ଏକାଠି ହୋଇ ତାଙ୍କୁ ଘରୁ ଟାଣିଆଣି ଗାଁରେ ମାଡ଼ ମାରିବା ସହ ବିଷ୍ଟା ଖୁଆଇଥିଲେ ବୋଲି ହରିବନ୍ଧୁ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.