Odisha Link
Bridging the Missing Links in Odisha

ରେକର୍ଡ କଲା କରୋନା ମୃତ୍ୟୁସଂଖ୍ୟା: ଦିନକରେ ନେଲା ୫୯ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୩୫୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୦ଜଣ, ବରଗଡ଼, ଢେଙ୍କାନାଳ, ପୁରୀ ଜିଲ୍ଲାରୁ ୫ଜଣ ରହିଛନ୍ତି। ସୁନ୍ଦରଗଡ଼, ରାୟଗଡ଼ା, ନୟାଗଡ଼,ଗଞ୍ଜାମ ଜିଲ୍ଲାରୁ ୪ଜଣ ରହିଥିବା ବେଳେ କଳାହାଣ୍ଡି, କେନ୍ଦ୍ରାପଡ଼ା, ନବରଙ୍ଗପୁର ଜିଲ୍ଲାରୁ ୩ଜଣ ରହିଛନ୍ତି। ସେହିପରି କଟକ, ଯାଜପୁର, ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ ରହିଥିବା ବେଳେ ଅନୁଗୁଳ , ଜଗତସିଂହପୁର, କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୨୯୭୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୮୦୧୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୯୭୩୬୨ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୫୮ରେ ପହଞ୍ଚିଥିବା ବେଳେ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି।

Leave A Reply

Your email address will not be published.