Odisha Link
Bridging the Missing Links in Odisha

କରୋନା: ଡେଲ୍ଟା ଠାରୁ ଲାମ୍ବଡ଼ା ଭାରିଆଣ୍ଟ ଅଧିକ ଘାତକ

କ୍ୱାଲଲାମପୁର: କରୋନା ଡେଲ୍ଟା ଭାରିଆଣ୍ଟ ଠାରୁ ଲାମ୍ବଡ଼ା ଭାରିଆଣ୍ଟ ଅଧିକ ଘାତକ ବୋଲି ଜଣାପଡିଛି। ମାଲେସିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲାମ୍ବଡ଼ାକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ କହିବା ସହ ଡେଲ୍ଟାଠୁ ଅଧିକ ଘାତକ ବୋଲି କହିଛି। ମାଲେସିଆର ଦାବି ଅନୁସାରେ, ବିଗତ ୪ ସପ୍ତାହରେ ୩୦ରୁ ଅଧିକ ଦେଶରେ ଲାମ୍ବଡ଼ା ଭାରିଆଣ୍ଟ ମିଳିଛି।

ପ୍ରଥମେ ଲାମ୍ବଡ଼ା ଷ୍ଟ୍ରେନ୍ ପେରୁରେ ମିଳିଥିଲା। ଏହି ଷ୍ଟ୍ରେନରେ ଦୁନିଆରେ ସବୁଠୁ ଅଧିକ ମୃତ୍ୟୁ ହେଉଛି ବୋଲି କହିଛି ମାଲେସିଆ। ଲାମ୍ବଡ଼ାକୁ ନେଇ ଅଧିକ ଅଧ୍ୟୟନ ହୋଇନଥିବା ବେଳେ ଡେଲ୍ଟା ତୁଳନାରେ ଅଧିକ ସଂକ୍ରାମକ କୁହାଯାଉଛି। ପେରୁରେ ମେ ଓ ଜୁନରେ ମୋଟ ନମୁନାରୁ ୮୨ ପ୍ରତିଶତ ଲାମ୍ବଡ଼ା ଭାରିଆଣ୍ଟ ମିଳିଥିବା ଜଣାପଡ଼ିଛି। ଦକ୍ଷିଣ ଆମେରିକୀୟ ଦେଶ ଚିଲିରେ ମେ ଓ ଜୁନରେ ୩୧ ପ୍ରତିଶତରୁ ଅଧିକ ନମୁନା ଲାମ୍ବଡ଼ା ଷ୍ଟେନର ଥିଲା।

ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲାମ୍ବଡ଼ାକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ଘୋଷିତ କରିଛି। ଡବ୍ଲୁଏଚଓ ଅନୁସାରେ, ଲାମ୍ବଡ଼ା ଅଧିକ ସଂକ୍ରାମକ ଏବଂ ଏହା ଆଣ୍ଟିବଡି ଉପରେ ଆକ୍ରମଣ କରୁଛି। ଏହାରି ଭିତରେ ଇଂଲଣ୍ଡ ଲାମ୍ବଡ଼ାକୁ ଭାରିଏଣ୍ଚ ଅଫ୍ ଇନଭେଷ୍ଟିଗେସନ୍ ଲିଷ୍ଟରେ ରଖିଛି। ଏଯାବତ୍ ବ୍ରିଟେନରେ ଲାମ୍ବଡ଼ାର ୬ଟି ମାମଲା ମିଳିଛି।