Odisha Link
Bridging the Missing Links in Odisha

ସଇତାନ ପୁଅ: ବାପାକୁ ହତ୍ୟା କରି ଘରେ କଲା ବନ୍ଦ

କେନ୍ଦ୍ରାପଡ଼ା:  ରକ୍ତ ସମ୍ପର୍କ ଭୁଲି ବାପାକୁ ହତ୍ୟା କଲା ସଇତାନ ପୁଅ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଷ ଥାନା ଅନ୍ତର୍ଗତ ଅଡଙ୍ଗା ମଲ୍ଲିକେଶରପୁର ଗାଁରେ। ମୃତକ ଅଲେଖ ଚନ୍ଦ୍ର ଭଦ୍ର ଏବଂ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାପଡିଛି।

ସୂଚନା ମୁତାବକ, ଦୁଇ ଦିନ ପୂର୍ବେ ଅଲେଖ ଏବଂ ତାଙ୍କ ପୁଅ ଶୁଭେନ୍ଦୁଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାପରେ ପରିବାର ଲୋକଙ୍କ ହସ୍ତକ୍ଷେପରେ ଘଟଣାର ସମାଧାନ ହୋଇଥିଲା। କିନ୍ତୁ ଗତ ସୋମବାର ଠାରୁ ଅଲେଖ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ।

ଶେଷରେ ଅଲେଖଙ୍କ ମୃତ ଦେହ ଏକ ତାଲା ପଡିଥିବା ଘର ଭିତରୁ ଠାବ ହୋଇଥିଲା। ଏହି ଘଟଣାକୁ ନେଇ ସନ୍ଦେହ ବଢିବାରୁ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଅଲେଖଙ୍କ ପୁଅ ଶୁଭେନ୍ଦୁକୁ ଅଟକ ରଖି ପଚରା ଉଚରା କରୁଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.