Odisha Link
Bridging the Missing Links in Odisha

ଗୁପଚୁପ୍‌ ମାଳ ଓ ମୁକୁଟ ପିନ୍ଧିଲେ କନ୍ୟା, ଭିଡିଓ ଭାଇରାଲ୍

ତାମିଲନାଡୁ: ବିବାହ ସମୟରେ ବର କନ୍ୟାଙ୍କ ମଜାଦାର ଏବଂ ଅଜବ ଭିଡିଓ ଭାଇରାଲ ହୋଇଥାଏ। ଏବେ ଏଭଳି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ଜଣେ କନ୍ୟା ଗୁପଚୁପର ମାଳି ଓ ମୁକୁଟ ପିନ୍ଧା ଯାଉଥିବା ଦେଖିବାକୁ ମିଳିଛି।ଭାଇରାଲ୍ ହୋଇଥିବା ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି।

ଭିଡିଓ ଦେଖିବାକୁ ମିଳିଛି ଯେ କନ୍ୟା ଜଣଙ୍କ ଗୁପଚୁପର ମାଳି ପିନ୍ଧିଛନ୍ତି। ଏହା ପରେ ଜଣେ ଆସି ତାଙ୍କୁ ଗୁପଚୁପରେ ତିଆରି ହୋଇଥିବା ମୁକୁଟ ପିନ୍ଧାଉଛି। ଏହାବ୍ୟତୀତ କନ୍ୟା ଆଗରେ ଏକ ଟେବୁଲ ରଖାଯାଇଛି, ଯାହାର ଚାରି ପାଖରେ ମଧ୍ୟ ଗୁପଚୁପର ସାଜସଜ୍ଜା କରାଯାଇଛି।https://www.instagram.com/p/CQGWMz1pGVR/?utm_source=ig_embed&utm_campaign=embed_video_watch_again

କନ୍ୟା ଜଣକ ଯେତେ ଗହଣା ପିନ୍ଧିଛନ୍ତି, ତା’ଠାରୁ ଅଧିକ ତାଙ୍କ ଡ୍ରେସରେ ଗୁପଚୁପର ସାଜସଜ୍ଜା ହୋଇଛି। ସୋଶାଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ୍ ହୋଇଛି। ଏପର୍ଯ୍ୟନ୍ତ ଏହି ଭିଡିଓକୁ ୧ଲକ୍ଷରୁ ଅଧିକ ଲୋକେ ପସନ୍ଦ କରିସାରିଛନ୍ତି।

Leave A Reply

Your email address will not be published.