Odisha Link
Bridging the Missing Links in Odisha

ସ୍ମାର୍ଟ ସିଟିରେ ସ୍ମାର୍ଟ ଫୋନ୍ ଲୁଟ୍, ଧରା ପଡିଲେ ଯୁବତୀ

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ସ୍ମାର୍ଟ ଫୋନ୍ ଲୁଟ୍। ମୋବାଇଲ୍‌ ଦୋକାନରୁ ଆଇ ଫୋନ୍‌ କିଣିବା ପରେ ଟଙ୍କା ନଦେଇ ଜଣେ ଯୁବତୀ ଫେରାର୍‌ ହୋଇଯାଇ ଥିବାନେଇ ସହୀଦନଗର ଥାନାରେ ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ୍‌କୁ ଆଧାର କରି କମିଶନରେଟ୍‌ ପୋଲିସ୍‌ ଯୁବତୀ ଜଣଙ୍କୁ ଥାନାରେ ଅଟକ ରଖିଛି। ପରେ ଯୁବତୀଙ୍କ ପରିବାର ଲୋକେ ଫୋନ୍‌ ବାବଦରେ ଟଙ୍କା ଭରିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଭୁବନେଶ୍ୱର ସହିଦନଗରରେ ଥିବା ଏକ ମୋବାଇଲ ଦୋକାନରେ ଗତକାଲି ଅତ୍ୟାଧୁନିକ ପୋଷାକରେ ଥିବା ଜଣେ ଯୁବତୀ ପହଞ୍ଚିଥିଲେ। କିଛି ମୋବାଇଲ୍‌ ଦେଖିବା ପରେ ୧ ଲକ୍ଷ ୪୦ହଜାର ଟଙ୍କାର ଏକ ଆଇ ଫୋନ୍‌ କିଣିଥିଲେ। ମାତ୍ର ବିଲ୍‌ ଦେବା ବେଳେ କୌଶଳ କ୍ରମେ ଚମ୍ପଟ୍‌ ମାରିଥିଲେ। ଟଙ୍କା ଦେଲା ବେଳକୁ ଏଟିଏମ କାର୍ଡ ଖରାପ ହୋଇଯାଇଛି ବୋଲି କହିଥିଲେ। ଘରକୁ ଆସନ୍ତୁ, ବାପାଙ୍କ ଏଟିଏମରୁ କାଢିକି ଦେବି ବୋଲି କହିବା ପରେ ଯୁବତୀଙ୍କ ସାଙ୍ଗରେ ଦୋକାନ ପିଲାଙ୍କୁ ପଠାଇଥିଲେ ଦୋକାନ ମାଲିକ।

ମାତ୍ର ଅଧାରାସ୍ତାରେ ପେଟ୍ରୋଲ ପକାଇବାକୁ କହି ଝିଅ ଜଣକ ଫେରାର ହୋଇ ଯାଇଥିଲେ। ଯୁବତୀଙ୍କ କାରନାମା ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ସହୀଦନଗର ଥାନାରେ ମୋବାଇଲ ଦୋକାନୀ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବତୀଙ୍କ ପାଖରେ ପହଞ୍ଚିଥିଲା। ଯୁବତୀଙ୍କ ଅଟକ ରଖିଥିବା ବେଳେ ପରିବାର ଲୋକ ଦୋକାନୀଙ୍କୁ ଟଙ୍କା ଦେଇଥିବା ଜଣାପଡିଛି।