Odisha Link
Bridging the Missing Links in Odisha

ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର୍‌ ଶୁଭାରମ୍ଭ

ଭୁବନେଶ୍ୱର: ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠ୍ୟକ୍ରମର ଶୁଭାରମ୍ଭ କରିଛି ଉଚ୍ଚ ଶିକ୍ଷା ବିଭାଗ। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା। ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟରେ ଇ-ଲେକ୍‌ଚର ପ୍ରସ୍ତୁତ କରିବା ନିମନ୍ତେ ଉତ୍କଳ ବିଶ୍ଵବିଦ୍ୟାଳୟର ଦୂର ଏବଂ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟଠାରେ ଏକ ଉତ୍ସର୍ଗୀକୃତ ଷ୍ଟୁଡିଓ ନିର୍ମାଣ କରାଯାଇଛି।

ଛାତ୍ରଛାତ୍ରୀଙ୍କୁ ସହଜରେ ଉପଲବ୍ଧ କରାଇବା ପାଇଁ ଏନ୍.ଆଇ.ସି. ଦ୍ଵାରା ବିକଶିତ କରାଯାଇଥିବା ଏକ ସ୍ଵତନ୍ତ୍ର ପୋର୍ଟାଲ https://vtputkal.odisha.gov.inରେ ପ୍ରସ୍ତୁତ ଇ-ଲେକ୍‌ଚରଗୁଡ଼ିକ ସ୍ଥାନିତ କରାଯାଇଛି।

ବର୍ତ୍ତମାନ ପାଇଁ ପ୍ରଥମ ଓ ଦ୍ଵିତୀୟ ସେମିଷ୍ଟାରର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଦ୍ଭିଦବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ, ମନସ୍ତତ୍ତ୍ଵ ବିଜ୍ଞାନ, ବାଣିଜ୍ୟ ଓ ଅର୍ଥନୀତି ବିଷୟର କୋର ପେପରର ଇ-ଲେକ୍‌ଚର ପ୍ରସ୍ତୁତ କରାଯାଇ ୱେବ ପୋର୍ଟାଲରେ ଅପ୍‌ଲୋଡ କରାଯାଇଛି। ବାକି ସେମିଷ୍ଟାରର ଏହି ୧୧ଟି ବିଷୟରେ ଇ-ଲେକ୍‌ଚର ଯଥା ସମୟରେ ଅପ୍‌ଲୋଡ କରାଯିବ। ପରବର୍ତ୍ତୀ ସମୟରେ ଅନ୍ୟ ବିଷୟଗୁଡ଼ିକର ଇ-ଲେକ୍‌ଚର ପ୍ରସ୍ତୁତ କରାଯିବ।

Leave A Reply

Your email address will not be published.