Odisha Link
Bridging the Missing Links in Odisha

ସିରିଜ ବିବାହ କରି ରସିକିଆ ବିଲଡର ଗିରଫ

ଭୁବନେଶ୍ୱର: ସିରିଜ ବିବାହ କରି ରସିକିଆ ବିଲଡର ଗିରଫ। ଜଣେ ବିଲଡର ଦୁଇରୁ ଅଧିକ ଯୁବତୀଙ୍କୁ ସିରିଜ ବିବାହ କରି ଶେଷରେ ବନ୍ଧା ହୋଇଛନ୍ତି। ଯୁବକ ଜଣକ ହେଉଛନ୍ତି ପ୍ରିୟବ୍ରତ ମିଶ୍ର। ନିଜକୁ ଜଣେ ବିଲଡର କହି ଜଣକ ପରେ ଜଣେ ଯୁବତୀଙ୍କୁ ବିବାହ କରୁଥିଲେ।

ଗୋଟିଏ ପରେ ଗୋଟିଏ ବିବାହ କରିବା ତାଙ୍କ ନିଶା ଓ ପେଶା ଥିଲା। ବିବାହ ପରେ ସେମାନଙ୍କ ଠୁ ଯୌତୁକ ଆକାରରେ ମୋଟ ଅଙ୍କର ଟଙ୍କା ଆଣୁଥିଲେ। ଜଣକ ଠାରେ ମନ ପୂରି ଗଲା ପରେ ପୁଣି ଆଉ ଜଣେ ଯୁବତୀଙ୍କୁ ଫାଶରେ ପକାଇ ବିବାହ କରୁଥିଲେ।

ଜଣକ ପରେ ଜଣେ ଯୁବତୀଙ୍କୁ ବିବାହ କରି ସେ ଧୋକା ଦେଉଥିଲେ। ତେବେ ଏନେଇ ୨ ଜଣ ଯୁବତୀ ଅଭିଯୋଗ କଲାପରେ ଶେଷରେ ରସିକିଆ ବିଲଡରକୁ ପୁଲିସ ଗିରଫ କରିଛି।

ବିଲଡରଙ୍କ ଏହି କାରନାମା ପଛରେ ତାଙ୍କର ପରିବାର ଲୋକଙ୍କ ହାତ ଥିବା ଅଭିଯୋଗ ହୋଇଛି। କ୍ୟାପିଟାଲ ଓ ମହିଳା ଥାନାରେ ସମ୍ପୃକ୍ତ ବିଲଡର ନାମରେ ଏକାଧିକ ମାମଲା ରହିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.