Odisha Link
Bridging the Missing Links in Odisha

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ

ସିମଲା: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ଆଜି ପରଲୋକ ହୋଇଛି। ସିମଲାରେ ଭୋର ୩ଟା ୪୦ ସମୟରେ ସେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିବା ବେଳେ ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ସୋମବାର ହୃଦଘାତ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା।

ସେ ଦୁଇ ମାସରେ ଦୁଇଥର ଏପ୍ରିଲ୍ ୧୨ ଏବଂ ଜୁନ୍ ୧୧ ରେ କରୋନାଭାଇରସ୍ ରୋଗରେ ସଂକ୍ରମିତ ହୋଇଥିଲେ। କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ ବୀରଭଦ୍ର। ସେ ୯ ଥର ବିଧାୟକ ଏବଂ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ସହ ବୀରଭଦ୍ର ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ।