Odisha Link
Bridging the Missing Links in Odisha

ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଚାନ୍ଦବାଲି: ବିରଳ ପ୍ରଜାତିର କଇଁଛ ଉଦ୍ଧାର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ କସ୍ତୁରୀଗଣ ଗାଁରେ ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି। ସୁନେଲି ରଙ୍ଗର କଇଁଛକୁ ଉଦ୍ଧାର କରାଯାଇଛି। କସ୍ତୁରୀଗଣ ସ୍କୁଲ ନିକଟରେ ଶିକ୍ଷକ ସୁକୁମାର ସିଂ ଏହି ବିରଳ ପ୍ରଜାତିର କଇଁଛକୁ ତାଙ୍କ କ୍ବାର୍ଟର ନିକଟରୁ ପାଇଥିଲେ।

କଇଁଛଟିର ଓଜନ ୨ କେ.ଜି. ହେବ। ଏହା ଖୁବ୍‌ କମ୍ ଦେଖିବାକୁ ମିଳିଥାଏ। ଜଳବାୟୁ ପରିବର୍ତ୍ତନ ପାଇଁ ଏଭଳି ବିରଳ କଇଁଛ ସୃଷ୍ଟି ହୋଇଥାଏ ବୋଲି ବନ ବିଭାଗ ଅଧିକାରୀ ପ୍ରକାଶ କରିଛି। ଶିକ୍ଷକ ଜଣଙ୍କ କଇଁଛଟିକୁ ବନ ବିଭାଗକୁ ହସ୍ତାନ୍ତର କରିବା ପରେ ବନ ବିଭାଗ ପକ୍ଷରୁ କଇଁଛଟିକୁ ନେଇ ନିକଟସ୍ଥ ବୈତରଣୀ ନଦୀରେ ଛାଡିଥିବା ସୂଚନା ମିଳିଛି।