Odisha Link
Bridging the Missing Links in Odisha

ଆଜି ଶପଥ ନେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଆଜି ଶେର ବାହାଦୁର ଦେଓବା ଶପଥ ଗ୍ରହଣ କରିବେ। ୨୮ ଘଣ୍ଟା ମଧ୍ୟରେ ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ଶକ୍ତି ଶକ୍ତ ଧକ୍କା ଲାଗିଛି। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଦେଓବାଙ୍କୁ ଶପଥପାଠ କରାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦେଓବା ଜଣେ ବରିଷ୍ଠ ବିରୋଧୀ ଦଳ ନେତା। ସେ ୨୦୧୭ରେ ନେପାଳର ୪୦ତମ ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିଲେ। ୧୯୯୫ରୁ ୧୯୯୭, ୨୦୦୧ରୁ ୨୦୦୩ ଓ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ସେ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୮୦ରୁ ଦେଓବା ସକ୍ରିୟ ରାଜନୀତିରେ ରହିଆସୁଥିବା ବେଳେ ୧୯୮୬ରେ ନେପାଳୀ କଂଗ୍ରେସ ଡେମୋକ୍ରାଟିକ ପାର୍ଟି ଗଠନ କରିଥିଲେ।

Leave A Reply

Your email address will not be published.