Odisha Link
Bridging the Missing Links in Odisha

ବନ୍ଦ ଘରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: ବନ୍ଦ ଘରୁ ମିଳିଲା ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ। ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବିଂଝାରପୁର ଥାନା ପ୍ରୀତିପୁର ପଞ୍ଚାୟତ ସୁନ୍ଦରପୁର ଗାଁରେ ଦେଖିବାକୁ ମିଳିଛି। ମୃତ ଦମ୍ପତ୍ତିଙ୍କର ବର୍ଷକ ତଳେ ବିବାହ ହୋଇଥିଲା। କୌଣସି ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

ସୂଚନା ମୁତାବକ, ଦୀପକ କୁମାର ନାଥ ଯାଜପୁର ଟାଉନ ଥାନା ଖଣ୍ଡରା ଗାଁର ଅନିଶା ନାଥଙ୍କୁ ଗତ ବର୍ଷ ଜୁଲାଇ ୬ରେ ବିବାହ କରିଥିଲେ। ଦୀପକ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା ବେଳେ କରୋନା ପାଇଁ ଭଲ ରୋଜଗାର ନଥିଲା। ଅନ୍ୟ ପଟେ ବୋହୂ ଅନିଶାଙ୍କୁ ତାଙ୍କ ଶାଶୁ ଓ ନଣଦ ନିର୍ଯ୍ୟାତନା ଦେଉଥିବା ଝିଅର ବାପ ଘର ଲୋକ ଅଭିଯୋଗ ଉଠାଇଛନ୍ତି।

ଅନିଶା ୬ ମାସ ‌ହେଲା ବାପ ଘରେ ରହୁଥିଲେ। ଗତ ୧୧ ତାରିଖରେ ଦୀପକ ଘରକୁ ଫେରିଥିବା ବେଳେ ଅନିଶା ମଧ୍ୟ ଶାଶୁଘରକୁ ଆସିଥିଲେ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂପର୍କ ଥିବା ଉଭୟ ପରିବାର କହିଛନ୍ତି। ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଏପରି କରାଯାଇଥିବା ପୋଲିସ ଅନୁମାନ କରୁଛି। ଦମ୍ପତ୍ତିଙ୍କ ମୃତଦେହ ଜବତ କରିବା ସହ ଘଟଣାର ଛାନଭିନ୍ ଜାରି ରଖିଛି।

Leave A Reply

Your email address will not be published.