Odisha Link
Bridging the Missing Links in Odisha

ହାତପାଦ ବାନ୍ଧି ମୁହଁ ସିଲେଇ କରି ରେଳଧାରଣାରେ ଫୋପାଡ଼ି ଦେଲେ ସ୍ତ୍ରୀ ଓ ପୁଅ

ପଲାମୁ: ହାତପାଦ ବାନ୍ଧି ମୁହଁ ସିଲେଇ କରି ରେଳଧାରଣାରେ ଫୋପାଡ଼ି ଦେଲେ ସ୍ତ୍ରୀ ଓ ପୁଅ। ପାଲାମୁ ଜିଲ୍ଲାର ଅଣ୍ଟାରି ରୋଡ୍ ପୋଲିସ୍ ଷ୍ଟେସନର ବିଟିହାରା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ ବିବାଦ ପାଇଁ ଭୋଳାରାମ ନାମକ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଆଉ ପୁଅ ହାତପାଦ ବାନ୍ଧିବା ସହ ମୁହଁକୁ ସିଲେଇ କରି ରେଳଧାରଣାରେ ଫୋପାଡ଼ି ଦେଇଥିଲେ।

ବୁଧବାର ସକାଳେ ୬୫ ବର୍ଷୀୟ ଭୋଲାରାମ ସିଗିସି ରେଳ କ୍ୟାବିନ ନିକଟରେ ଥିବା ଟ୍ରାକରେ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ କିଛି ଲୋକ। ​​ଆଉ ତାଙ୍କୁ ଭୋଲାରାମଙ୍କୁ ଏପରି ଅବସ୍ଥାରେ ଦେଖିବା ପରେ ତାଙ୍କୁ ରେଳ ଧାରଣାରୁ ତୁରନ୍ତ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରି ସେଠାରେ ପ୍ରଥମେ ସିଲେଇ ହୋଇଥିବା ମୁହଁର ସୂତାକୁ କଟାଯାଇଛି।

ଘଟଣା ଦିନ ସେ ପରିଶ୍ରା କରିବାକୁ ଉଠିଥିଲେ। ରାତି ହୋଇଥିବାରୁ ଭଲରେ କିଛି ଦେଖା ଯାଉନଥିଲେ। ଆଉ ସେ ବାହାରକୁ ଯିବାମାତ୍ରେ କିଛି ଲୋକ ତାଙ୍କୁ କାବୁ କରିନେଇଥିଲେ। ଭୋଲାରାମଙ୍କ ଦ୍ୱିତୀୟ ସ୍ତ୍ରୀ ସବିତା ଦେବୀ ଓ ପ୍ରଥମ ବିବାହରୁ ଥିବା ପୁଅ କିଛି ଲୋକଙ୍କ ସହ ମିଶି ଏପରି କରିଥିବା ପୋଲିସକୁ କହିଛନ୍ତି ଭୋଲାରାମ। ଏପରିକି ବଳପୂର୍ବକ ଭାବେ ସମସ୍ତେ ମିଶି ତାଙ୍କ ମୁହଁ ସିଲେଇ କରି ଦେଇଥିଲେ ଏବଂ ରେଳ ଧାରଣାରେ ହାତଗୋଡ଼ ବାନ୍ଧି ଦେଇଥିଲେ। ଏବେ ଭୋଳାରାମଙ୍କ ବୟାନ୍ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

ସ୍ୱାମୀସ୍ତ୍ରୀ ବିବାଦକୁ ନେଇ ୬ ମାସ ପୂର୍ବରୁ ଗାଁରେ ପଞ୍ଚାୟତ ବସିଥିଲା। ଆଉ ସେଥିରେ ସ୍ତ୍ରୀର ମୁତାବକ ରାୟ ମିଳିନଥିଲା। ଫଳରେ ରାଗରେ ରକ୍ତଚାଉଳ ଚୋବାଉଥିଲା ଦ୍ୱିତୀୟ ସ୍ତ୍ରୀ। ୨୦୧୦ରେ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ ଭୋଲାରାମ୍।

Leave A Reply

Your email address will not be published.