Odisha Link
Bridging the Missing Links in Odisha

ଅପରାହ୍ଣ ୨ଟା୩୦ରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ବର: କରୋନାର ସଂକ୍ରମଣକୁ ମାତ୍‌ ଦେବାକୁ ଆଂଶିକ କଟକଣା ଜାରି ରହିଛି। ୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି। ଏଥିସହ ଆଜି ଆସିବ ନୂଆ ଗାଇଡଲାଇନ। ଅପରାହ୍ଣ ୨ଟା୩୦ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍। ରାଜ୍ୟରେ କୋଭିଡ୍ ସ୍ଥିତି ସମ୍ପର୍କରେ କରିବେ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ୧୬ ପରେ କ’ଣ ରହିବ କଟକଣା ସେ ନେଇ କରିବେ ଘୋଷଣା।

୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି। ଏଥିସହ ଆଜି ଆସିବ ନୂଆ ଗାଇଡଲାଇନ। ଲକ୍‌ଡାଉନର ପ୍ରଭାବ ଜୀବନ ଜୀବିକା ଉପରେ ବେଶ୍‌ ପଡ଼ିଛି। ସଂକ୍ରମଣକୁ ମୁକାବିଲା ସହ ଜୀବିକାକୁ ସ୍ବାଭାବିକ କରିବା ପାଇଁ ସରକାର କି ରଣନୀତି ଆପଣାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।

ସଂକ୍ରମଣ ହାରକୁ ଦେଖି ସରକାର ୩୦ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ‘କାଟାଗୋରି-ବି’ରେ ଥିବା ୧୦ଟି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଥିବାରୁ କଟକଣା ଅଧିକ ରଖିଥିଲେ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ କିଛି ଜିଲ୍ଲାରେ ସଂକ୍ରମଣ ଯଥେଷ୍ଟ କମିଛି। କିନ୍ତୁ ଖୋର୍ଦ୍ଧା, କଟକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମଣ ହାର ଆଶାନୁରୂପ କମୁ ନାହିଁ।

Leave A Reply

Your email address will not be published.