Odisha Link
Bridging the Missing Links in Odisha

ଆଂଶିକ କଟକଣା ଅବଧି ସରୁଥିବା ବେଳେ ଆଜି ଆସିବ ନୂଆ ଗାଇଡଲାଇନ

ଭୁବନେଶ୍ବର: କରୋନାର ସଂକ୍ରମଣକୁ ମାତ୍‌ ଦେବାକୁ ଆଂଶିକ କଟକଣା ଜାରି ରହିଛି। ୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି। ଏଥିସହ ଆଜି ଆସିବ ନୂଆ ଗାଇଡଲାଇନ। ଲକ୍‌ଡାଉନର ପ୍ରଭାବ ଜୀବନ ଜୀବିକା ଉପରେ ବେଶ୍‌ ପଡ଼ିଛି। ସଂକ୍ରମଣକୁ ମୁକାବିଲା ସହ ଜୀବିକାକୁ ସ୍ବାଭାବିକ କରିବା ପାଇଁ ସରକାର କି ରଣନୀତି ଆପଣାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।

ସଂକ୍ରମଣ ହାରକୁ ଦେଖି ସରକାର ୩୦ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ‘କାଟାଗୋରି-ବି’ରେ ଥିବା ୧୦ଟି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଥିବାରୁ କଟକଣା ଅଧିକ ରଖିଥିଲେ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ କିଛି ଜିଲ୍ଲାରେ ସଂକ୍ରମଣ ଯଥେଷ୍ଟ କମିଛି। କିନ୍ତୁ ଖୋର୍ଦ୍ଧା, କଟକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମଣ ହାର ଆଶାନୁରୂପ କମୁ ନାହିଁ।

ଭୁବନେଶ୍ବରରେ ଟିକାକରଣ ସର୍ବାଧିକ ହୋଇଛି, କିନ୍ତୁ ମୋଟ୍‌ ଉପରେ ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ରାଜ୍ୟରେ ଅଧିକ ରହୁଛି । ତେଣୁ ‘କାଟାଗୋରି-ବି’ରେ ଥିବା କିଛି ଜିଲ୍ଲାକୁ ‘କାଟାଗୋରି-ଏ’କୁ ଆଣି ସରକାର ସେଠାରେ କଟକଣା କୋହଳ କରିବେ ନା ପୁଣି ‘କାଟାଗୋରି-ବି’ର ସବୁ ଜିଲ୍ଲାରେ କଟକଣା ବଳବତ୍ତର ରଖିବେ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.