Odisha Link
Bridging the Missing Links in Odisha

ଭୋଜି ଖାଇ ୧୪ ଅସୁସ୍ଥ, ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ଆରଡ଼ି: ଭୋଜି ଖାଇ ୧୪ଜଣଙ୍କୁ ଝାଡ଼ାବାନ୍ତି। ଭଦ୍ରକ କଜିଲା ଧୁଷୁରୀ ଥାନା ଅଧିନସ୍ଥ ସୁନ୍ଦରପୁର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଗତକାଲି ରାତିରେ ଗାଁରେ ଜଣଙ୍କ ଘରେ ଜଗନ୍ନାଥଙ୍କ ପୂଜା ଆୟୋଜନ ହୋଇଥିଲା। ଏହି ପୂଜାରେ ଭୋଜିଭାତର ଆୟୋଜନ କରାଯାଇଥିଲା। ଏହି ଭୋଜି ଖାଇ ୧୪ ଜଣଙ୍କୁ ଝାଡ଼ାବାନ୍ତି ହୋଇଥିଲା।

ସମସ୍ତ ଗୁରୁତରଙ୍କୁ ଗାଁ ଲୋକ ପ୍ରଥମେ ଆରଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ସ୍ୱାସ୍ଥ୍ୟାବସ୍ଥା ନ ସୁଧୁରିବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.