Odisha Link
Bridging the Missing Links in Odisha

ଜନ୍ମ ହେଲା ୩ ମୁଣ୍ଡ ଥିବା ଅଦ୍ଭୁଦ ଶିଶୁ

ନୂଆଦିଲ୍ଲୀ: ଗର୍ଭଧାରଣ ସମୟରେ କୌଣସି କାରଣରୁ ବେଳେବେଳେ ଅଦ୍ଭୁଦ ଆକାରର ଶିଶୁ ଜନ୍ମ ହୋଇଥାନ୍ତି। ହେଲେ ୩ ମୁଣ୍ଡ ଥିବା ଶିଶୁ ଜନ୍ମଲାଭ କରିବା ଦେଖି ନଥିବେ। ହେଲେ ଉତ୍ତରପ୍ରଦେଶରେ ଏଭଳି ଏକ ଅଦ୍ଭୁଦ ମାମଲା ଦେଖିବାକୁ ମିଳିଛି।

ଉତ୍ତର ପ୍ରଦେଶରେ ଜଣେ ମହିଳା ଏକ ତିନି ମୁଣ୍ଡ ଥିବା ସନ୍ତାନ ଜନ୍ମ ଦେଇଛନ୍ତି। ତିନି ମୁଣ୍ଡ ଥିବା ସନ୍ତାନ ଜନ୍ମ ହେବାର ଖବର ପୁରା ଗାଁରେ ଖେଳିଯାଇଥିଲା। ଏହାପରେ ଅନେକ ଲୋକ ତାଙ୍କୁ ଦେଖିବା ପାଇଁ ତାଙ୍କ ଘରେ ଭିଡ଼ ଜମାଇଥିଲେ। ଲୋକମାନେ ତାଙ୍କୁ ବହ୍ମାଙ୍କ ଅବତାର କହିବା ସହ ଶିଶୁର ପୂଜା ମଧ୍ୟ କରୁଛନ୍ତି।

ଜୁଲାଇ ୧୨ ତାରିଖରେ ମହିଳା ଜଣକ ଶିଶୁକୁ ଜନ୍ମଦେଇଥିଲେ। ତିନି ମୁଣ୍ଡ ଥିବା ଶିଶୁର ଜନ୍ମ ଦେବାପରେ ଶିଶୁକୁ ଦେଖି ନିକଟରେ ଥିବା ଆୟା ଡରିଯାଇଥିଲେ। ଅବଶ୍ୟ ଉଭୟ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି। ଜନ୍ମ ହେବା ପରେ ଶିଶୁର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।