Odisha Link
Bridging the Missing Links in Odisha

ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ବର୍ଷା, ଘୁଞ୍ଚିଲା ଶୁଣାଣି

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବଙ୍କ ପାରିବାରିକ ବିବାଦ ଥମୁନାହିଁ। ଛାଡପତ୍ର ନେଇ ହୋଇଥିବା ମାମଲା ଆଜି ଫ୍ୟାମିଲି କୋର୍ଟରେ ମଧ୍ୟସ୍ଥତା କେନ୍ଦ୍ରରେ ହେବାର ଥିଲା,ଏନେଇ ସାଂସଦ ଅନୁଭବ ମହାନ୍ତି ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ମାତ୍ର ବର୍ଷା ପ୍ରିୟଦର୍ଶିନୀ କୋର୍ଟକୁ ଆସିନଥିଲେ। ଫଳରେ ପରବର୍ତ୍ତି ଶୁଣାଣି ଅଗଷ୍ଟ ୧୦କୁ ଘୁଞ୍ଚାଇ ଦିଆଯାଇଛି।

ଏନେଇ ଆଜି ଅନୁଭବ ମିଡିଆ ସାମନାରେ ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ବର୍ଷା କୋର୍ଟକୁ ନଆସିବାରୁ ଅନୁଭବ କହିଛନ୍ତି ଯେ, କୋର୍ଟର ସବୁ ନିୟମ ମାନିଲେ ଭଲ ହୁଅନ୍ତା। ଭିତରେ ଗୋଟିଏ ଏବଂ ସାମନାରେ ଆଉ କିଛି ରଖିବାଟା ଠିକ୍ ନୁହେଁ।

Leave A Reply

Your email address will not be published.